(ମହାଭାରତ, ବାଲେଶ୍ୱର): ବାଲେଶ୍ୱର ଜିଲ୍ଲା ଜଳେଶ୍ୱରରେ ବୁଧବାର ଭୋର ପ୍ରାୟ ସାଢେ ୫ଟାରେ କଟକ କେନ୍ଦ୍ରାଞ୍ଚଳ ଅବକାରୀ ବିଭାଗ ଓ ବାଲେଶ୍ୱର ପୋଲିସ ମିଳିତ ଭାବେ ଚଢାଉ କରି ପ୍ରାୟ ୩୧୦ ଗ୍ରାମର ବ୍ରାଉନ ସୁଗାର ଜବତ କରିଛନ୍ତି । ଜଳେଶ୍ୱରର ଶାସନବାଡ ଗାଁ ସ୍ଥିତ ଏକ ଡ୍ରଗ୍ସ ମାଫିଆର ଘର ଉପରେ ଏହି ଚଢାଉ କରାଯାଇଥିଲା । କିନ୍ତୁ ଡ୍ରଗ୍ସ ମାଫିଆ ମୁନ୍ନା ଚତୁରତାର ସହ ସେଠାରୁ ଖସି ଯାଇଥିଲା । ଫଳରେ ପୋଲିସ ତା’ ମାଆକୁ ଗିରଫ କରିଛି । ତେବେ ଜବତ ହୋଇଥିବା ବ୍ରାଉନ ସୁଗାରର ଆନୁମାନିକ ମୂଲ୍ୟ ୩୧ ଲକ୍ଷ ଟଙ୍କା ହେବ ବୋଲି ଜଣାଯାଇଛି । ସୂଚନା ଅନୁଯାୟୀ, ଫେରାର ହୋଇଯାଇଥିବା ଡ୍ରଗ୍ସ ମାଫିଆ ମୁନ୍ନା ମୁଖ୍ୟତଃ ପଶ୍ଚିମବଙ୍ଗ ଓ ଉତ୍ତର ଓଡ଼ିଶାରେ ବ୍ରାଉନ ସୁଗାର ବେପାର ଚଳାଇ ଆସୁଛି । ସେ ବାଲାଂଦେଶରୁ ବ୍ରାଉନସୁଗାର ଆଣି ବ୍ୟବସାୟୀଙ୍କୁ ଯୋଗାଉଥିବା ବେଳେ ତା ନାଁରେ ପଶ୍ଚିମବଙ୍ଗ ଓ ଓଡ଼ିଶାରେ ୪୦ରୁ ଅଧିକ ମାମଲା ରହିଛି ବୋଲି ପୋଲିସ ସୂଚନା ଦେଇଛି ।
previous post