ଅପରାଧଓଡିଶା

ପାରିବାରିକ କହଳରୁ ବିଟେକ ଛାତ୍ରୀଙ୍କ ଆତ୍ମହତ୍ୟା

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଦିନକୁ ଦିନ ଆତ୍ମହତ୍ୟା ଘଟଣା ବଢିବାରରେ ଲାଗିଛି। ପାରିବାରିକ କାରଣ ହେଉ କି ପ୍ରେମ ଜନିତ କାରଣ କିମ୍ବା ମାନସିକ ଅବସାଦ ଏଥିପାଇଁ ଲୋକମାନେ ଆତ୍ମହତ୍ୟାର ପଥ ବାଛି ନେଉଛନ୍ତି। ଯାହାକୁ ନେଇ କମିଶନରେଟ ପୁଲିସ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ଏଥିପାଇଁ ଲୋକମାନଙ୍କ ମଧ୍ୟରେ ସଚେତନତାର ଆବଶ୍ୟକତା ରହିଛି ବୋଲି ବୁଦ୍ଧିଜୀବୀମାନେ କହିଛନ୍ତି। ସୂଚନା ଅନୁସାରେ ଚନ୍ଦ୍ରଶେଖରପୁର ଥାନା ରେଲୱେ କଲୋନୀର ବିଟେକ ଛାତ୍ରୀ ଆତ୍ମହତ୍ୟା କରିଥିବା ଜଣାପଡିଛି। ଘରେ କେହି ନଥିବାର ସୁଯୋଗ ନେଇ ଛାତ୍ରୀ ଜଣଙ୍କ ବେକରେ ଓଢଣୀ ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି। ତେବେ ଛାତ୍ରୀ ଜଣଙ୍କ ବେକରେ ଓଢଣୀ ଲଗାଇ ଆତ୍ମହତ୍ୟା କରିଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ମୃତ ଛାତ୍ରୀଙ୍କ ସାନ ଭଉଣୀର ଦେହ ଖରାପ ଥିବାରୁ ପରିବାର ଲୋକ ହସ୍ପିଟାଲରେ ରହିଥିଲେ। ତେବେ ଛାତ୍ରୀ ଜଣଙ୍କ ପାରିବାରିକ କଳହରୁ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି।

Related posts

ଅସହାୟ ଲୋକଙ୍କୁ ସହାୟତାର ହାତ ବଢ଼ାଇଛନ୍ତି ପର୍ୟ୍ୟଟନ ଓ ସଂସ୍କୃତି ମନ୍ତ୍ରୀ

mahabharatanews

ମଦ ବ୍ୟବସାୟୀଙ୍କୁ ଲାଞ୍ଚମାଗି ନିଲମ୍ବିତ ଅବକାରି ଅଧୀକ୍ଷକ

mahabharatanews

ପୁଲିସ ଛାନଭିନ୍ ପରେ ଶିଶୁକୁ ଛାଡିଦେଲେ

mahabharatanews