ଓଡିଶା

ଗାଡ଼ିଆପଡ଼ା ଘାଟିରେ ବସ ଓଲଟି ୨୫ ଆହତ

ଭୁବନେଶ୍ୱର: କନ୍ଧମାଳରୁ ଭୁବନେଶ୍ୱରକୁ ଆସୁଥିବା ଏକ ଘରୋଇ ବସ ଓଲଟି ୨୫ ଯାତ୍ରୀ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ ୨ ଜଣଙ୍କ ସ୍ଥିତି ଗୁରୁତର ରହିଛି । ଏହି ଦୁର୍ଘଟଣା ଗତକାଲି ବିଳମ୍ବିତ ରାତିରେ କନ୍ଧମାଳ ଜିଲ୍ଲା ଗାଡ଼ିଆପଡ଼ା ଘାଟିରେ ଘଟିଛି । ଯାନ୍ତ୍ରିକ ତ୍ରୁଟି ଦୁର୍ଘଟଣାର କାରଣ ଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।
ଗତକାଲି କନ୍ଧମାଳରୁ ଭୁବନେଶ୍ୱର ଅଭିମୁଖେ ଘରୋଇ ବସ୍ ‘ରାଜା’ ଯାତ୍ରା ଆରମ୍ଭ କରିଥିଲା । ୪୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଥିଲେ। ରାତି ପ୍ରାୟ ୧ଟା ବେଳେ ବସ୍‌ଟି ଗାଡ଼ିଆପଡ଼ା ଘାଟିରେ ଓଲଟି ପଡିଥିଲା । ଖବର ପାଇ ପୁଲିସ୍‌, ଅଗ୍ନିଶମ କର୍ମଚାରୀ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ। ବିଳମ୍ବିତ ରାତିରେ ଆହତମାନଙ୍କୁ ଖଜୁରୀପଡ଼ା ଓ ଫୁଲବାଣୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

SR

Related posts

ରାଜଧାନୀରେ ବାଲିଯାତ୍ରା ପୂର୍ବରୁ ଆଇନଶୃଙ୍ଖଳା, ଟ୍ରାଫିକ ସମସ୍ୟାକୁ ନେଇ ପ୍ରସ୍ତୁତି ବୈଠକ

mahabharatanews

  ଅକ୍ଟୋବର ପ୍ରଥମ ସପ୍ତାହରେ ଓଡ଼ିଶାରେ ବାତ୍ୟା ଆଶଙ୍କା 

mahabharatanews

ହାଜତ ମୃତିୟୁ ପାଇ ପୋଲିସ ଓ ସି ଅର୍ ପି ଏଫ୍ ଦେବେ ୧୦ ଲକ୍ଷ୍ୟ କ୍ଷତିପୂରଣ

mahabharatanews