ଦେଶ ବିଦେଶ

ଇରାନକୁ ଆମେରିକା ବାୟୁସେନା ଘାଟିର ସାଟେଲାଇନ ଚିତ୍ର ଦେଉଛି ଋଷ…

ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଚାଲିଥିବା ବିଶ୍ୱ ଯୁଦ୍ଧ ସମଗ୍ର ବିଶ୍ୱକୁ ଖଣ୍ଡ ଖଣ୍ଡ କରିଦେଇଛି। ଦୁଇ ଦେଶ ମଧ୍ୟରେ ବର୍ତ୍ତମାନ ଶାନ୍ତ ଆଣିବା ପାଇଁ ଆଚୋଲଚନା ହେଉଥିବା ବେଳେ ୍ୟୟୁକ୍ରେନ ରାଷ୍ଟ୍ରପତି ଜେଲେନ୍ସି ଏକ ଚାଞ୍ଚଲ୍ୟକର ଦାବି କରିଛନ୍ତି । ଯାହା କୂଟନୈତିକ ମହଲରେ ହଇଚଇ ସୃଷ୍ଟି କରିଛି। ଜେଲେନ୍ସକି ଦାବି କରିଛନ୍ତି ଯେ ସାଉଦି ଆରବରେ ଆମେରିକା ଏୟାରବେସ ଉପରେ ଇରାନର ସଠିକ୍ ଏବଂ ଘାତକ ଆକ୍ରମଣ ପଛରେ ରୁଷ ର ସିଧାସଳଖ ହାତ ଅଛି। ଏକ ସ୍ୱତନ୍ତ୍ର ସାକ୍ଷାତକାରରେ ଜେଲେନ୍ସକି ଦାବି କରିଛନ୍ତି ଯେ ଆକ୍ରମଣ ପୂର୍ବରୁ ରୁଷ ଇରାନକୁ ଆମେରିକୀୟ ବାୟୁସେନା ଘାଟି (ପ୍ରିନ୍ସ ସୁଲତାନ ବାୟୁସେନା ଘାଟି)ର ଗୁପ୍ତଚର ସାଟେଲାଇଟ୍ ଚିତ୍ର ପ୍ରଦାନ କରିଥିଲା।

ଜେଲେନ୍ସକି କହିଛନ୍ତି ଯେ ମୁଁ ନିଶ୍ଚିତ ଭାବରେ ଜାଣେ ଯେ ତେହେରାନ ଗୁପ୍ତଚର ଆଦାନପ୍ରଦାନ କରନ୍ତି । ଇରାନବାସୀଙ୍କୁ ସାହାର୍ଯ୍ୟ କରିବା ଋଷର ସ୍ୱାର୍ଥ । ସେ ନିଶ୍ଚିତ କରିଛଛନ୍ତି ଯ ଏହି ବିଶ୍ୱଯୁଦ୍ଧରେ ଋଷ ଇରାନକୁ ଶତ ପ୍ରତିଶତ ସାହାର୍ଯ୍ୟ କରୁଛି । ୟୁକ୍ରେନୀୟ ଗୁଇନ୍ଦା ସଂସ୍ଥାର ରିପୋର୍ଟକୁ ଉଦ୍ଧୃତ କରି ଜେଲେନ୍ସକି କହିଛନ୍ତି ଯେ ରୁଷୀୟ ଉପଗ୍ରହଗୁଡ଼ିକ ମାର୍ଚ୍ଚ ୨୬ ରେ ଇରାନ ଆକ୍ରମଣର କିଛି ଦିନ ପୂର୍ବରୁ ୨୦, ୨୩ ଏବଂ ୨୫ ତାରିଖରେ ସାଉଦି ଆରବର ପ୍ରିନ୍ସ ସୁଲତାନ ବାୟୁସେନା ଘାଟିର ଚିତ୍ର ଉତ୍ତୋଳନ କରିଥିଲେ। ଏହି ସଠିକ୍ ସୂଚନା ଆଧାରରେ, ଇରାନ ଆମେରିକା ଏବଂ ସାଉଦି ସେନା ଉଭୟକୁ ବାସ କରୁଥିବା ଘାଟିରେ ଛଅଟି ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଏବଂ ୨୯ଟି ଡ୍ରୋନ୍ ନିକ୍ଷେପ କରିଥିଲା। ଏହି ଘାତକ ଆକ୍ରମଣରେ ଅତି କମରେ ୧୫ ଜଣ ଆମେରିକୀୟ ସୈନିକ ଆହତ ହୋଇଛନ୍ତି, ସେମାନଙ୍କ ମଧ୍ୟରୁ ପାଞ୍ଚ ଜଣଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି।

ୟୁକ୍ରେନ ଯୁଦ୍ଧରେ ତାଙ୍କର ପୂର୍ବ ଅଭିଜ୍ଞତାକୁ ଉଦ୍ଧୃତ କରି ଜେଲେନସ୍କି ରୁଷ ସେନାର କାର୍ୟ୍ୟପ୍ରଣାଳୀ ମଧ୍ୟ ପ୍ରକାଶ କରିଥିଲେ। ସେ କହିଥିଲେ ଯେ ଆମେ ଭଲରେ ଜାଣୁ ଯେ ଋଷ ଯଦି ଥରେ ସାଟେଲାଇଟ୍ ଚିତ୍ର ନିଏ, ତେବେ ସେମାନେ ପ୍ରସ୍ତୁତି କରୁଛନ୍ତି। ଯଦି ସେ ଦ୍ୱିତୀୟ ଚିତ୍ର ନିଏ, ତେବେ ଏହା ଏକ ଅଭ୍ୟାସର ଅଂଶ। କିନ୍ତୁ ଯଦି ତୃତୀୟ ଚିତ୍ର ନିଏ, ତେବେ ଏହାର ସ୍ପଷ୍ଟ ଅର୍ଥ ହେଉଛି ସେମାନେ ଆଗାମୀ ଦିନ କିମ୍ବା ଦୁଇ ଦିନ ମଧ୍ୟରେ ଆକ୍ରମଣ କରିବାକୁ ଯାଉଛନ୍ତି। ଜେଲେନସ୍କିଙ୍କ ନୂତନ ଦୃଷ୍ଟିକୋଣ ଆମେରିକା-ଇରାନ ଉତ୍ତେଜନାରେ “ରୁଷ ଭୂମିକା” ବିଷୟରେ ଗମ୍ଭୀର ପ୍ରଶ୍ନ ଉଠାଇଛି।

Related posts

ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ବିଜୟ

mahabharatanews

ରାମ ମନ୍ଦିର ଶିଖରରେ ଉଡିବ ଧର୍ମ ଧ୍ବଜା, ଧ୍ବଜାରୋହଣ କରିବେ ପ୍ରଧାନମନ୍ତ୍ରୀ ମୋଦି

mahabharatanews

ଅପରେସନ ସିନ୍ଦୂର ସମ୍ପର୍କରେ ସବୁକିଛି ସ୍ୱୀକାର କରିଛନ୍ତି ପାକିସ୍ତାନ ଆସିଫ ଅଲି ଜରଦାରୀ

mahabharatanews