ଓଡିଶା

ଅଗ୍ନିକାଣ୍ଡରେ ଜଳିଗଲା ବସ

କେନ୍ଦୁଝର: ପଡିଆରେ ଠିଆହୋଇଥିଲା ବସ । କୌଣସି କାରଣରୁ ବସରେ ଲାଗିଗଲା ନିଆଁ । ଚାହୁଁଚାହୁଁ ବସଟି ହୁତୁହୁତୁ ହୋଇ ଜଳିଗଲା । କେନ୍ଦୁଝରରେ ଏକ ଠିଆହୋଇ ରହିଥିବା ବସ ପୋଡି ଯାଇଛି । ଏହା ଏକ ଘରୋଇ ବସ୍ । ବୁଧବାର ମଧ୍ୟାହ୍ନରେ ଏହି ଅଗ୍ନିକାଣ୍ଡ ଘଟିଛି । ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି ।
କେନ୍ଦୁଝର ମାଇନିଂ ସ୍ଥିତ ଡିଆଇସି ଅଫିସ୍ ପଛ ପଟ ପଡିଆରେ ଠିଆ ହୋଇଥିବା ବସ୍ରେ ନିଆଁ ଲାଗିଯାଇଛି । ବୁଧବାର ଦିନ ୧୨ଟା ୩୦ମିନିଟ୍ ସମୟରେ ନିଆଁ ଲାଗିଥିବା ଜଣାପଡିଛି । ଅଗ୍ନିକାଣ୍ଡ ଫଳରେ ବସଟି ସଂପୂର୍ଣ୍ଣ ଜଳିଯାଇଛି । ଖବର ପାଇ ଅଗ୍ନିଶମ ବାହିନୀ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ କରିଛନ୍ତି ।

 

Related posts

ଶ୍ରୀମନ୍ଦିର ପରିସରରେ ହେବ ଅକ୍ଷୟ ତୃତୀୟା ଓ ଚନ୍ଦନ ଯାତ୍ରା

mahabharatanews

ଦଣ୍ଡକାରଣ୍ୟକୁ ନେଇ ସ୍ବତନ୍ତ୍ର କେନ୍ଦ୍ର ଶାସିତ ଅଞ୍ଚଳ ଗଠନ ଲାଗି ସଭା

mahabharatanews

ବ୍ରହ୍ମପୁରରେ ଖୋଲିଲା ୮ ସରକାରୀ ଜ୍ୱର କ୍ଲିନିକ: କରୋନା ଲକ୍ଷଣ ଉପରେ ମିଳିବ ପରାମର୍ଶ

mahabharatanews