ଓଡିଶା

ଅଗ୍ନିକାଣ୍ଡରେ ଜଳିଗଲା ବସ

କେନ୍ଦୁଝର: ପଡିଆରେ ଠିଆହୋଇଥିଲା ବସ । କୌଣସି କାରଣରୁ ବସରେ ଲାଗିଗଲା ନିଆଁ । ଚାହୁଁଚାହୁଁ ବସଟି ହୁତୁହୁତୁ ହୋଇ ଜଳିଗଲା । କେନ୍ଦୁଝରରେ ଏକ ଠିଆହୋଇ ରହିଥିବା ବସ ପୋଡି ଯାଇଛି । ଏହା ଏକ ଘରୋଇ ବସ୍ । ବୁଧବାର ମଧ୍ୟାହ୍ନରେ ଏହି ଅଗ୍ନିକାଣ୍ଡ ଘଟିଛି । ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି ।
କେନ୍ଦୁଝର ମାଇନିଂ ସ୍ଥିତ ଡିଆଇସି ଅଫିସ୍ ପଛ ପଟ ପଡିଆରେ ଠିଆ ହୋଇଥିବା ବସ୍ରେ ନିଆଁ ଲାଗିଯାଇଛି । ବୁଧବାର ଦିନ ୧୨ଟା ୩୦ମିନିଟ୍ ସମୟରେ ନିଆଁ ଲାଗିଥିବା ଜଣାପଡିଛି । ଅଗ୍ନିକାଣ୍ଡ ଫଳରେ ବସଟି ସଂପୂର୍ଣ୍ଣ ଜଳିଯାଇଛି । ଖବର ପାଇ ଅଗ୍ନିଶମ ବାହିନୀ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ କରିଛନ୍ତି ।

 

Related posts

ମୁଣ୍ଡଳୀରେ କମୁଛି ଜଳସ୍ତର

mahabharatanews

ଆଉ ନାହାନ୍ତି ସାଂସଦ ଅନୁଭବ ମହାନ୍ତିଙ୍କ ବାପା 

mahabharatanews

୭ମ ତମ ଶ୍ରାଦ୍ଧ ବାର୍ଷିକୀରେ ମନେ ପଡ଼ନ୍ତି ମହାନ ଜନନାୟକ ଜାନକୀ

mahabharatanews