ଓଡିଶା

ବ୍ରହ୍ମପୁରରେ ଖୋଲିଲା ୮ ସରକାରୀ ଜ୍ୱର କ୍ଲିନିକ: କରୋନା ଲକ୍ଷଣ ଉପରେ ମିଳିବ ପରାମର୍ଶ

(ହିଞ୍ଜିଳି/ ରଜନୀକାନ୍ତତ ପାତ୍ର): ଗଞ୍ଜାମ ଜିଲା ବ୍ରହ୍ମପୁର ସହରରେ କରୋନା ପଜିଟିଭ ସଂଖ୍ୟା ବୃଦ୍ଧି ପାଉଥିବାରୁ ଏହା ପ୍ରଶାସନ ପାଇଁ ମୁଣ୍ଡ ବ୍ୟଥାର କାରଣ ପାଲଟିଛି। ତେଣୁ ବ୍ରହ୍ମପୁର ସହରରେ ୮ଟି ସରକାରୀ ସ୍ବତନ୍ତ୍ର ଜ୍ୱର କ୍ଲିନିକ୍ ଖୋଲାଯାଇଛି। ଉକ୍ତ କ୍ଲିନିକକୁ ଯାଇ ଲୋକେ ନିଜର କରୋନା ଲକ୍ଷଣ ଉପରେ ପରାମର୍ଶ ନେଇପାରିବେ। ଏ ନେଇ ଗଞ୍ଜାମ ଜ଼ିଲାପାଳ ବିଜୟ ଅମୃତା କୁଲାଙ୍ଗେ ମଙ୍ଗଳବାର ରିଟୁଇଟ୍କରି ସୂଚନା ଦେଇଛନ୍ତି। ଏହି ଜ୍ୱର କ୍ଲିନିକ୍ ବ୍ରହ୍ମପୁର ସହରରେ ଥିବା ଆସିକା ରୋଡ଼, ଆଗା ସାହି, ବୈକୁଣ୍ଠନଗର, ଗୁଡ୍ସେଡ୍ ରୋଡ଼, ଖୋଡାସିଙ୍ଗି, ଆମ୍ବପୁଆ, ଉତ୍ତରାମୁଖୀ, ଏସଏନଟି ରୋଡ଼ ରେଡ଼କ୍ରସ ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଖୋଲାଯାଇଛି। ଏହା ଦୈନିକ ସକାଳ ୮ ଟାରୁ ମଧ୍ୟାହ୍ନ ୧୨ଟା ପର୍ୟ୍ୟନ୍ତ ଖୋଲାରହିବ ବୋଲି ଜଣାପଡ଼ିଛି।

Related posts

କୋମା’ରେ ବିଜିଗୋଳ ଗ୍ରାମୀଣ ଡାକ ସେବା

mahabharatanews

ଜିଲ୍ଲା ସଭାପତିଙ୍କ ଗାଡିକୁ ଧକ୍କା ଦେଲା ବରଯାତ୍ରୀ ଗାଡି

mahabharatanews

ସରପଞ୍ଚଙ୍କ ଘରେ ବୋମାମାଡ ଅଭିଯୋଗ

mahabharatanews