ଓଡିଶା

ଔପଦାରେ ଦ୍ୱିତୀୟ ବାର ଉଦଘାଟନ ହେଲା କାଫେ

ବାଲେଶ୍ଵର ଜିଲ୍ଲା ଔପଦା ବ୍ଲକ୍ ଔପଦା ରେ ଉଦଘାଟନ ହେଲା ଶୁଭଦ୍ରା ଶକ୍ତି କାଫେ । ବାଲେଶ୍ୱର ଜିଲ୍ଲାର ଔପଦା  ଏକ ଆଦିବାସୀ ଅଧୁଷିତ ଅଂଚଳ ହେଇଥିବାରୁ, ଔପଦା, ଖଇରା ଓ ମୟୁରଭଞ୍ଜର ହଜାର ହଜାର ଲୋକ ଏହି ବ୍ଲକର  କାଫେ ଉପରେ ନିର୍ଭର କରିଥାନ୍ତି। ପୂର୍ଵ ସରକାରଙ୍କ ଦ୍ଵାରା ମିଶନ ଶକ୍ତି କାଫେ ବେସ ଭଲରେ ଚାଲିଥିଲା, ସାଧାରଣ ଲୋକେବି ଅନେକ ସୁବିଧାରେ ଖାଇବା ପାଇ ପାରୁଥିଲେ। କିନ୍ତୁ କିଛି ଗୁଷ୍ଟି କାରି ହୀନ ରାଜନୀତି ଚକ୍ରାନ୍ତ ରେ କିଛିଦିନ ଧରି ଏହି ମିଶନ ଶକ୍ତି କାଫେ ବନ୍ଦ ରହିଥିଲା ।  ଚଳିତ ସରକାର ଆସିବା ପରେ ପୁଣି ବ୍ଲକ୍ ପ୍ରଶାସନଦ୍ଵାରା, ତଳକିଆ ପଂଚାୟତ ଲେବୁଲ ଫ୍ରେଡେରେସନ ର ସଭାପତି ସୁମତି ମହାନ୍ତି, ସମ୍ପାଦିକା ମଧୁରମାଲିନି ପ୍ରଧାନ ଓ ସମସ୍ତ EC ସଭ୍ୟା ସହଯୋଗ ରେ ଆଜି ସୁଭଦ୍ରା କାଫେ ଉଦ୍ଘାଟନ ହେଇଛି ।

ଏହି ଉଦ୍ଘାଟନ ଉତ୍ସବରେ  ବାଲେଶ୍ୱରର ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୁରବିକାଶ ଫିତା କାଟି ଉଦ୍ଘାଟନ କରିବାସହ ଉପଜିଲ୍ଲାପାଳ ଶୁଭଶ୍ରୀ ରଥ, ବିଡ଼ିଓ ସ୍ଵାସତି ସଡୁଆଳ, ତହସିଲଦାର ପ୍ରଜ୍ଞା ପରମିତା ଉପସ୍ଥିତ ରହିଥିଲେ।କିନ୍ତୁ ଏହି କାଫେ ଉଦ୍ଘାଟନ ଉତ୍ସବ ରେ ବିଚିତ୍ର ଦୃଶ୍ୟ ଦେଖିବାକୁ ମିଳିଥିଲା।ଜିଲ୍ଲାପାଳ ଫିତାକାଟିଉଦ୍ଘାଟନ କରିବାର ଅଧଘଣ୍ଟାଏ ପରେ ନୀଳଗିରି ବିଧାୟକ ସନ୍ତୋଷ ଖଟୁଆ ମହୋଦୟ ସେଇ କାଫେକୁ  ପୁଣି ଫିତା କାଟି ଉଦ୍ଘାଟନ କରିଥିବା ଦେଖିବାକୁ ମିଳିଛି। ବିଧାୟକଙ୍କ ସହ ଚେୟାରମେନ ବିସବିଷ୍ପା ପାତ୍ର, ଜିଲ୍ଲା ପରିଷଦ ମୁନି ସିଂ, ବ୍ଲକ୍ ରେ ଥିବା ନିଜ ନିଜ କର୍ମୀ ମାନଙ୍କୁ ନେଇ ପୁଣି ଆଉଥରେ ଲୋକ ଦେଖାଣିଆ ଫିତା କାଟିବାକୁ, ଔପଦା ଅଂଚଳ ରେ ବେସ ଚର୍ଚ୍ଚାର ବିଷୟ ପାଲୋଟିଛି ।ଏହା ସାଧାରଣ ଲୋକଙ୍କ ପାଇଁ ସେବା ନାଁ ଏହା ରାଜନୀତି ର ଆଉ ଏକ ବିକଳ୍ପ ପନ୍ଥା,ତାହା ଦାଣ୍ଡରେ ପଡ଼ି ହାଟରେ ଗଡୁଛି।

Related posts

ଅଙ୍ଗନୱାଡି କେନ୍ଦ୍ରରେ କରୋନା ସଚେତନତା କାର୍ଯ୍ୟକ୍ରମ

mahabharatanews

ରଥଯାତ୍ରା : ଆଉ ମାତ୍ର ୩୧ଦିନ 

mahabharatanews

ସନ୍ଧ୍ୟା ୫ଟା ସୁଦ୍ଧା ବନ୍ଦ ହେବ ହୀରାକୁଦ ଡ୍ୟାମର ୧୨ଟି ଗେଟ

mahabharatanews