ଓଡିଶା

ଶ୍ରୀକ୍ଷେତ୍ର ବିମାନ ବନ୍ଦର ; ୨୧ରୁ ଟେଣ୍ଡର ଆବେଦନ ଆରମ୍ଭ

(ପୁରୀ) : ଶ୍ରୀକ୍ଷେତ୍ରରେ ହେବାକୁ ଥିବା ବିମାନ ବନ୍ଦର ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା । ଅନ୍ତର୍ଜାତୀୟ ଗ୍ରୀନ ଫିଲଡ ଶ୍ରୀଜଗନ୍ନାଥ ବିମାନବନ୍ଦର ନିର୍ମାଣ ପାଇଁ ଟେଣ୍ଡର ଆହ୍ୱାନ କରାଯାଇଛି । ୨୨ ଶହ ୩କୋଟି ଟଙ୍କାର ଟେଣ୍ଡର ଆହ୍ୱାନ କରାଯାଇଛି । ଏହା ପରେ ଚଳିତ ମାସ ୨୧ତାରିଖରୁ ଅନଲାଇନ ମାଧ୍ୟମରେ ଟେଣ୍ଡର ଆବେଦନ ଆରମ୍ଭ ହେବ ।

ସୂଚନାନୁଯାୟୀ , ଅପ୍ରେଲ ୨୧ତାରିଖରେ ଟେଣ୍ଡର ଖୋଲାଯିବ । ଇଡକୋ ପକ୍ଷରୁ ଏହି ଟେଣ୍ଡର ଆହ୍ୱାନ କରାଯାଇଛି । ତିନି ବର୍ଷ ମଧ୍ୟରେ ପିପିପି ମୋଡରେ ପୁରୀ ଅନ୍ତର୍ଜାତୀୟ ଗ୍ରୀନ ଫିଲଡ ଶ୍ରୀଜଗନ୍ନାଥ ବିମାନବନ୍ଦର କାର୍ଯ୍ୟ ଶେଷ କରାଯିବ । ଏହାପରେ ଭବ୍ୟ ଅନୁଭବ ପାଇବେ ଶ୍ରଦ୍ଧାଳୁ । ଆକାଶପଥରେ ଯୋଡ଼ିହେବ ଶ୍ରୀକ୍ଷେତ୍ର । ଏହା ସହ ପର୍ଯ୍ୟଟନ କ୍ଷେତ୍ରରେ ମିଳିବ ଅଦ୍ଭୁତପୂର୍ବ ସଫଳତା । ଏୟାରପୋର୍ଟ ନିର୍ମାଣକୁ ନେଇ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଓ ପଦକ୍ଷେପକୁ ସାଧାରଣରେ ସ୍ୱାଗତ କରାଯାଇଛି ।

Related posts

ଚଣ୍ଡିଖୋଲରେ କରୋନା ସମୀକ୍ଷା ବୈଠକ

mahabharatanews

ଜାମଦା ଥାନା ପକ୍ଷରୁ ବିଭିନ୍ନ ପ୍ରକାରର ସରବତ ବଣ୍ଟନ

mahabharatanews

ଜୁଲାଇ ପ୍ରଥମ ସପ୍ତାହରେ ଲାଗିରହିବ ବର୍ଷା

mahabharatanews