ମନୋରଞ୍ଜନ

କାନ୍ସ ଫିଲ୍ମ ଫେଷ୍ଟିଭାଲ : ବୋଲ୍ଡ ଅନ୍ଦାଜରେ ଇଶା ଗୁପ୍ତା

(ମୁମ୍ବାଇ) : ଆରମ୍ଭ ହୋଇଯାଇଛି କାନ୍ସ ଫିଲ୍ମ ଫେଷ୍ଟିଭାଲ । ମେ ୧୬ ରୁ ଆରମ୍ଭ ହୋଇଥିବା ଏହି ଇଭେଣ୍ଟର ରେଡ୍ କାର୍ପେଟରେ ପ୍ରଥମ ଦିନରେ ହିଁ ବଲିଉଡ ଅଭିନେତ୍ରୀ ଇଶା ଗୁପ୍ତା ତାଙ୍କ ବୋଲ୍ଡ ଅନ୍ଦାଜରେ ଲୋକଙ୍କୁ ଇମପ୍ରେସ କରିଥିଲେ । କାନ୍ସ ଫିଲ୍ମ ଫେସଟିଭାଲର ରେଡ୍ କାର୍ପେଟରେ ଇଶା ଗୁପ୍ତା ପ୍ରଥମ ଥର ଦେଖିବା ପାଇଁ ମିଳିଥିଲା । ନିଜ ବୋଲ୍ଡ ଅନ୍ଦାଜରେ ସେ ଚହଳ ସୃଷ୍ଟି କରିଥିଲେ । ସୋସିଆଲ ମିଡିଆରେ ତାଙ୍କର ଅନେକ ଫଟୋ ଓ ଭିଡିଓ ଭାଇରାଲ ହେବାରେ ଲାଗିଛି । ଅଭିନେତ୍ରୀଙ୍କ ଲୁକକୁ ଖୁବ ପ୍ରଶଂସା ମଧ୍ୟ କରାଯାଉଛି ।

ସୂଚନାନୁସାରେ,ଇଶା ଗୁପ୍ତା ନିଜେ ମଧ୍ୟ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭିଡିଓ ସେୟାର କରିଛନ୍ତି ।   ଯେଉଁଥିରେ ସେ କହିଛନ୍ତି ଯେ, କାନ୍ସ ଫିଲ୍ମ ଫେଷ୍ଟିଭାଲ ୨୦୧୩ରେ ଭାରତ ତରଫରୁ ଅଂଶ ଗ୍ରହଣ କରିଥିବାରୁ ମୁଁ ଖୁବ ଖୁସି ଅନୁଭବ କରୁଛି । ଭାରତ ବର୍ତ୍ତମାନ ସିନେମା ଜଗତରେ ଏକ ବିଶ୍ୱସ୍ତରୀୟ ପ୍ଲାଟଫର୍ମରେ ଅଛି । ମୋ ଦେଶକୁ ସମଗ୍ର ବିଶ୍ୱ ସାମ୍ନାରେ ପ୍ରତିନିଧିତ୍ୱ କରିବା ମୋ ପାଇଁ ଏକ ଗୌରବର ବିଷୟ ।

Related posts

ଅଲଗା ହେବାକୁ ନେଇ ମୁହଁ ଖୋଲିଲେ ଭିକ୍କି

mahabharatanews

ପୁଣି ପରଦାକୁ ଫେରୁଛି  ‘ରାମାୟଣ’

mahabharatanews

ପରଦାକୁ ଆସିଲା ‘ଦ କେରଳ ଷ୍ଟୋରି’

mahabharatanews