ଓଡିଶା

କାର ଦୁର୍ଘଟଣାରେ ବ୍ଲକ କାର୍ଯ୍ୟାଳୟ କର୍ମଚାରୀ ମୃତ

(ମହାଭାରତ, ରାଇରଙ୍ଗପୁର): ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଠାରେ ଏକ ଏକ ଅଘଟଣ ଘଟିଛି । ଟାଉନ ଥାନା ଠାରୁ ୩ କିମି ଦୁର ରାଇରଙ୍ଗପୁର-ତିରିଂ ୨୨୦ ନମ୍ବର ଜାତୀୟ ରାଜପଥ ଠାରେ ଏକ କାର ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ କାର ଚାଳକଙ୍କର ମୃତ୍ୟୁ ହୋଇଛି । ମୃତକ ଜଣକ ବହଳଦା ବ୍ଲକ ବ୍ରାହ୍ମଣ ବୋଷ ଗାଁର ଦକ୍ଷିଣ ହାଁସଦା ବୋଲି ଜଣାପଡିଛି । ସେ ବିଜାତଳା ବ୍ଲକ କାର୍ଯ୍ୟାଳୟରେ ଡାଟା ଏଣ୍ଟ୍ରି ଅପରେଟର ଭାବେ କାର୍ଯ୍ୟତର ଥିଲେ । ସୂଚନା ଅନୁଯାୟୀ, ସାଧାରଣତନ୍ତ୍ର ଦିବସ ଦିନ ସେ ଘରକୁ ଫେରୁଥିବା ବେଳେ ସାମ୍ନା ପଟୁ ଏକ ଗୋରୁ ସାମ୍ନାକୁ ଆସିଯିବାରୁ ତାଙ୍କ ଗାଡି ନିୟନ୍ତ୍ରଣ ହରାଇ ରାସ୍ତା କଡରେ ଥିବା ଏକ ବିଦ୍ୟୁତ ଖୁଣ୍ଟରେ ପିଟି ହୋଇଯାଇଥିଲା । ଗାଡିଟି ଦୁର୍ଘଟଣାଗ୍ରସ୍ତ ହେବା ପରେ ତାଙ୍କୁ ସ୍ଥାନୀୟ ଲୋକେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତାଙ୍କ ମୃତ୍ୟୁ ଖବର ପାଇ ରାଇରଙ୍ଗପୁର ବିଧାୟକ ନବ ଚରଣ ମାଝୀ, ପୂର୍ବତନ ବିଧାୟକ ସାହିବା ସୁଶୀଲ ହାଁସଦା, ବିଜାତଳା ବ୍ଲକ ଅଧ୍ୟକ୍ଷ ନିମାଇଁ ମୁର୍ମୁ ଡାକ୍ତରଖାନାରେ ପହଞ୍ଚି ଶୋକ ସନ୍ତପ୍ତ ପରିବାରକୁ ସାନ୍ତ୍ୱନା ଦେଇଥିଲେ ।

Related posts

ଟୀକା ନେଇ ୩ମାସ ଶିଶୁର ଅକାଳ ମୃତ୍ୟୁ ଅଭିଯୋଗ

mahabharatanews

ଖୁଲମଖୁଲା ଦେହ ବ୍ୟବସାୟ, ୨ ହୋଟେଲ ମ୍ୟାନେଜର ଗିରଫ

mahabharatanews

ଆଉ ୬ ମାସ ମୁଖ୍ୟ ଶାସନ ସଚିବଭାବେ କାର୍ଯ୍ୟକରିବେ ସୁରେଶ

mahabharatanews