ଅପରାଧ

ଥାନାରେ ପୋଲିସକୁ ପିଟିଲେ ଯୁବକ

(ମହାଭାରତ, କଣ୍ଟାବାଞ୍ଜି): ବଲାଙ୍ଗୀର କଣ୍ଟାବାଞ୍ଜି ଥାନା ଅଧିନ ସିପକାପଡା ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି । ସାଧରାଣତନ୍ତ୍ର ଦିବସ ପତକା ଉତ୍ତୋଳନ ବେଳେ ଏଠାରେ ୨ ଗୋଷ୍ଠୀ ମୁହାଁମୁହିଁ ହେବା ପରେ ଉପୁଜିଥିବା ବିବାଦକୁ ସମାଧାନ କରିବାକୁ ଯାଇ ପୋଲିସକୁ ମାଡ଼ ଖାଇବାକୁ ପଡିଛି । ଜଣେ ଯୁବକ ଥାନାରେ ପହଞ୍ଚି ପୋଲିସ ସହ ହାତାହାତି ହୋଇଥିବା ଜଣାପଡିଛି । ସୂଚନା ମୁତାବକ, ସିପକାପଡାର ମନୋରଞ୍ଜନ ଓ ତାଙ୍କ ଭଉଣୀ ସାଧାରଣନ୍ତ୍ର ଦିବସ ଉପଲକ୍ଷେ କାର୍ଯ୍ୟକ୍ରମ ଦେଖିବା ପାଇଁ କଣ୍ଟାବାଞ୍ଜି ରେଲୱେ ଗ୍ରାଉଣ୍ଡକୁ ଯାଇଥିଲେ । ଏହି ସମୟରେ ମନୋରଞ୍ଜନଙ୍କର କିଛି ଯୁବକଙ୍କ ସହ ଯୁକ୍ତିତର୍କ ହେବାରୁ ସେମାନେ ତାଙ୍କୁ ଆକ୍ରମଣ କରିଥିଲେ । ମନୋରଞ୍ଜନ ଘଟଣା ସମ୍ପର୍କରେ ଅଭିଯୋଗ କରିବାକୁ କଣ୍ଟାବାଞ୍ଜି ଥାନାକୁ ଯାଇଥିଲେ । ସେଠାରେ ତାଙ୍କ ଭାଇ ବିଟୁ ପହଞ୍ଚିଥିଲେ । ଖବର ପାଇ ବିପରୀତ ଗୋଷ୍ଠିର ଯୁବକମାନେ ଥାନା ପରିସରକୁ ଧସେଇ ପସି ବିଟୁଙ୍କୁ ମାଡ ମାରିଥିଲେ । ଏହି ଗଣ୍ଡଗୋଳ ଦେଖି ଥାନା ସବଇନ୍ସପେକ୍ଟର ପ୍ରଣୟ ମୁର୍ମୁ ଏହାର ମିମାଂସା କରିବାକୁ ଚେଷ୍ଟା କରୁଥିବା ବେଳେ ତାଙ୍କୁ ମଧ୍ୟ ଯୁବକମାନେ ମାରପିଟ୍ କରିଥିଲେ । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି । ଫଳରେ କୌଣସି ଅଘଟଣ ଆଶଙ୍କାରେ ଥାନା ପରିସରରେ ଫୋର୍ସ ସଂଖ୍ୟାକୁ ପୋଲିସ ବଢାଇ ଦେଇଛି ।

Related posts

ଏଣିକି ରାସ୍ତାରୁ ପିଚୁ ଖୋଳିଲେ ନିଆଯିବ କାର୍ଯ୍ୟନୁଷ୍ଠାନ

mahabharatanews

ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ

mahabharatanews

ଦେଶୀ ମଦ ଭାଟି ଉପରେ ଚଢାଉ, ୯ ଗିରଫ

mahabharatanews

Leave a Comment