ଓଡିଶା

ଚିଲିକା କୂଳରେ ବିରଳ ପ୍ରଜାତିର ଡଲ୍‌ଫିନ୍‌ ମୃତଦେହ ଉଦ୍ଧାର

(ଚିଲିକା) : ମରାଳ ମାଳିନୀ ଚିଲିକା କୂଳରେ ଏକ ବିରଳ ପ୍ରଜାତିର ‘ଇରାୱାଡି ଡଲ୍‌ଫିନ୍‌’ର ମୃତଦେହ ଉଦ୍ଧାର ।  ତେବେ ବାଲୁଗାଁ ନିକଟ ଗୋପବନ୍ଧୁ କଲୋନିରେ ପ୍ରାୟ ୩୫କିଲୋ ଓ ପ୍ରାୟ ୪ ଫୁଟ୍‌ ଲମ୍ବର ମୃତ ଡଲ୍‌ଫିନ୍‌ ପଡ଼ିଥିବା ନେଇ ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ସେମାନେ ଏନେଇ ବନ ବିଭାଗର କର୍ମଚାରୀଙ୍କୁ ଖବର ଦେଇଥିଲେ।

ସୂଚନାନୁଯାୟୀ , ବିଭାଗ ଡଲ୍‌ଫିନ୍‌ର ମୃତଦେହ ଜବତ କରିଛି। ଶବ ବ୍ୟବଚ୍ଛେଦ ପରେ ମୃତ୍ୟୁର କାରଣ ଜଣାପଡ଼ିବ । ବିଭିନ୍ନ କାରଣରୁ ଚିଲିକାର ଅନେକ ସ୍ଥାନରେ ଅତୀତରେ ମଧ୍ୟ ମୃତ ଡଲଫିନ୍‌ ଉଦ୍ଧାର ହୋଇଛି। ବାରମ୍ବାର ଏହିଭଳି ଘଟଣା ମିଳୁଥିବାରୁ ବନ ବିଭାଗ ଓ ପରିବେଶବିତ୍‌ଙ୍କର ଚିନ୍ତା ବଢ଼ିବାରେ ଲାଗିଛି। ଡ଼ଲଫିନର ମୃତ ଦେହ ଦେଖିବା ପାଇଁ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଛି ।

Related posts

ନକଲି ଯବାନ ଅଟକ

mahabharatanews

ସୃଷ୍ଟି ହେଉଛି ଏକ ଘୂର୍ଣ୍ଣିବଳୟ, ପ୍ରବଳ ବର୍ଷା ସମ୍ଭାବନା 

mahabharatanews

ଶିମିଳିପାଳ ଭ୍ରମଣରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

mahabharatanews