ମନୋରଞ୍ଜନ

କରୋଲିନା ବାଏଲସ୍କା ଜିତିଲେ ‘ମିସ୍ ୱାର୍ଲ୍ଡ ୨୦୨୧’ ଟାଇଟଲ୍

ପୋଲାଣ୍ଡ୍: ପ୍ୟୁଟ୍ରୋ ରିକୋରେ ଆୟୋଜିତ ମିସ୍ ୱାର୍ଲ୍ଡ ପ୍ରତିଯୋଗୀତା ଟାଇଟଲ୍ ଜିତିଛନ୍ତି କରୋଲିନା ବାଏଲସ୍କା ‘ମିସ୍ ୱାଲ୍ର୍ଡ ୨୦୨୧’ ପୋଲାଣ୍ଡ୍ର କେରୋଲିନା ବାଏଲସ୍କା ବିଜୟୀ ହୋଇଥିବା ବେଳେ ଆମେରିକାର ପ୍ରତିନିଧିତ୍ବ କରିଥିବା ଭାରତୀୟ-ଆମେରିକୀୟ ଶ୍ରୀ ସାୟିନୀ ପ୍ରଥମ ଏବଂ କୋଟ୍ ଡିଲ୍ଭାୟର୍ର ଅଲିଭିଆ ୟେସ୍ ଦ୍ବିତୀୟ ରନର୍ସ ଅପ୍ ହୋଇଛନ୍ତି।

 

ଗୁରୁବାର ଦିନ ଜାମାଇକର ଟୋନି-ଏନ୍ ସିଂହ କରୋଲିନା ବିଲାବସ୍କାଙ୍କୁ ବିଶ୍ୱ ସୁନ୍ଦରୀ ତାଜ ପିନ୍ଧାଇଛନ୍ତି। । ୭୦ ତମ ଟାଇଟଲ୍ ଜିତିଛନ୍ତି କରୋଲିନା ବାଏଲସ୍କା । ଭାରତ ତରଫରୁ ଏଥିରେ ଅଂଶ ଗ୍ରହଣ କରିଥିଲେ ‘ଫେମିନା ମିସ୍ ଇଣ୍ଡିଆ ୱାଲ୍ର୍ଡ ୨୦୨୦’ ମାନସା ବାରାଣସୀ। ଶ୍ରେଷ୍ଠ ୧୩ ଅଂଶ ଗ୍ରହଣକାରୀଙ୍କ ମଧ୍ୟରେ ରହିଥିଲେ ବି ମାନସା ଚୂଡ଼ାନ୍ତ ପର୍ଯ୍ୟାୟକୁ ଯାଇଥିବା ୬ଜଣ ଶ୍ରେଷ୍ଠ ଅଂଶ ଗ୍ରହଣକାରୀଙ୍କ ମଧ୍ୟରେ ରହି ପାରି ନ ଥିଲେ।

 

କାରୋଲିନା ବର୍ତ୍ତମାନ ମାନେଜମେଣ୍ଟରେ ମାଷ୍ଟର ଡିଗ୍ରୀ ପଢୁଛନ୍ତି ଏବଂ ସେ ଆଗକୁ ପିଏଚଡି କରିବାକୁ ଚାହୁଁଛନ୍ତି । ଏହାସହ ତାଙ୍କୁ ଟେନିସ୍ ଏବଂ ବ୍ୟାଡମିଣ୍ଟନ୍ ଖେଳିବା ଖୁବ ପସନ୍ଦ ବୋଲି ସେ କହିଛନ୍ତି ।

https://twitter.com/MissWorldLtd/status/1504291831839920128?s=20&t=AAIqJCZN7M7CqmTdT_UqYg

Related posts

ଆଖି ବୁଜିଲେ ୨୦୨୨ ‘ମିସ୍‌ ୟୁନିଭର୍ସ’ର ଫାଇନାଲିଷ୍ଟ

mahabharatanews

 ଅନିଲ କପୁରଙ୍କ ସମସ୍ତ ପୋଷ୍ଟ ଏବଂ ଫଟୋ ଡିଲିଟ

mahabharatanews

 ଓଟିଟିରେ ଫିଲ୍ମ ‘ସୈତାନ’

mahabharatanews