ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ଚମୋଲିରେ ପ୍ରକୃତିର ତାଣ୍ଡବ ହିମଖଣ୍ଡ ଫାଟିବାରୁ ହୋଇଥିବା କୁହାଯାଉଥିବା ବେଳେ କିନ୍ତୁ ଏଥିରେ ଏକ ମତ ନୁହେଁ ଅନ୍ତର୍ଜାତୀୟ ଭୂବିଜ୍ଞାନୀ ଓ ବିଶେଷଜ୍ଞ । ଚମୋଲି ବନ୍ୟା କୌଣସି ହିମଖଣ୍ଡ ଫାଟିବାକୁ ନେଇ ହୋଇ ନାହିଁ ବରଂ ଭୂସ୍ଖଳନ ଯୋଗୁ ହୋଇଛି ବୋଲି ଅନ୍ତର୍ଜାତୀୟ ବିଶେଷଜ୍ଞ କହିଛନ୍ତି ।
ୟୁନିଭର୍ସିଟି ଅଫ କାଲଗରୀର ଜିଓଲେଜିଷ୍ଟ ଓ ହିମଖଣ୍ଡ ବିଶେଷଜ୍ଞ ଡ. ଡାନ ଶୁଗାର ପ୍ଲାନେଟ୍ ଲାବ୍ସର ସ୍ୟାଟେଲାଇଟ ଛବିକୁ ଯାଞ୍ଚ କରିବା ପରେ କହିଛନ୍ତି ଯେ ଚମୋଲିରେ ବନ୍ୟା ତ୍ରିଶୁଳ ପର୍ବତ ଉପରେ ଭୂସ୍ଖଳନ ପାଇଁ ହୋଇଛି । ତ୍ରିଶୁଳରେ ଏକ ଭୂସ୍ଖଳନ ହେବାରୁ ହିମଖଣ୍ଡ ଦବି ଯାଇଥିଲା । ପ୍ଲାନେଟ ଲ୍ୟାବସ ପକ୍ଷରୁ କୁହାଯାଇଛି ସେମାନଙ୍କ ନିକଟରେ ଥିବା ଉପଗ୍ରହର ୩ଡି ଚିତ୍ରରୁ ସ୍ପଷ୍ଟ ହୋଇଛି ଘଟଣା ସମୟରେ ତ୍ରିଶୁଳ ପର୍ବତ ଉପରେ ପ୍ରବଳ ଧୂଳି ଦେଖିବାକୁ ମିଳିଥିଲା। ପାହାଡ଼ ଉପରୁ ଧୂଳି ଓ ମାଟି ତଳକୁ ଖସିବା ପରେ ଅତର୍କିତ ବନ୍ୟା ସ୍ଥିତି ସୃଷ୍ଟି ହୋଇଥିଲା। ଡ.ଡାନ ଶୁଗାର ଟ୍ୱିଟ କରି କହିଛନ୍ତି, ହିମଖଣ୍ଡ ଉପରେ ଡ ଆକାରର ଭୂସ୍ଖଳନ ହୋଇଥିଲା। ଫଳରେ ଉପରେ ଥିବା ହିମଖଣ୍ଡ ଦ୍ରୁତ ଗତିରେ ତଳକୁ ଖସିଆସିଛି । ଘଟଣା ପୂର୍ବରୁ ଖ ଆକାରର ଧୂଳି ଓ ଜଳୀୟ ବାଷ୍ପ ଦେଖିବାକୁ ମିଳିଥିଲା। ତ୍ରିଶୁଳ ପର୍ବତ ଉପରେ ପ୍ରବଳ ମାଟି ଓ ଧୂଳି ଜମାଟ ବାନ୍ଧି ରହିଥିଲା। ଏହା ଓଜନ ହେବାରୁ ବରଫ ଖଣ୍ଡ ଉପରେ ପଡ଼ି ଯାଇଥିଲା। ଏହି କାରଣରୁ ଗୋଟିଏ ବଡ଼ଧରଣ ହିମସ୍ଖଳନ ହୋଇଛି।
previous post
next post