Uncategorized

ଚମୋଲି: ପ୍ରକୃତିକ ତାଣ୍ଡବର କାରଣ ଭିନ୍ନ

ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ଚମୋଲିରେ ପ୍ରକୃତିର ତାଣ୍ଡବ ହିମଖଣ୍ଡ ଫାଟିବାରୁ ହୋଇଥିବା କୁହାଯାଉଥିବା ବେଳେ କିନ୍ତୁ ଏଥିରେ ଏକ ମତ ନୁହେଁ ଅନ୍ତର୍ଜାତୀୟ ଭୂବିଜ୍ଞାନୀ ଓ ବିଶେଷଜ୍ଞ । ଚମୋଲି ବନ୍ୟା କୌଣସି ହିମଖଣ୍ଡ ଫାଟିବାକୁ ନେଇ ହୋଇ ନାହିଁ ବରଂ ଭୂସ୍ଖଳନ ଯୋଗୁ ହୋଇଛି ବୋଲି ଅନ୍ତର୍ଜାତୀୟ ବିଶେଷଜ୍ଞ କହିଛନ୍ତି ।
ୟୁନିଭର୍ସିଟି ଅଫ କାଲଗରୀର ଜିଓଲେଜିଷ୍ଟ ଓ ହିମଖଣ୍ଡ ବିଶେଷଜ୍ଞ ଡ. ଡାନ ଶୁଗାର ପ୍ଲାନେଟ୍‌ ଲାବ୍ସର ସ୍ୟାଟେଲାଇଟ ଛବିକୁ ଯାଞ୍ଚ କରିବା ପରେ କହିଛନ୍ତି ଯେ ଚମୋଲିରେ ବନ୍ୟା ତ୍ରିଶୁଳ ପର୍ବତ ଉପରେ ଭୂସ୍ଖଳନ ପାଇଁ ହୋଇଛି । ତ୍ରିଶୁଳରେ ଏକ ଭୂସ୍ଖଳନ ହେବାରୁ ହିମଖଣ୍ଡ ଦବି ଯାଇଥିଲା । ପ୍ଲାନେଟ ଲ୍ୟାବସ ପକ୍ଷରୁ କୁହାଯାଇଛି ସେମାନଙ୍କ ନିକଟରେ ଥିବା ଉପଗ୍ରହର ୩ଡି ଚିତ୍ରରୁ ସ୍ପଷ୍ଟ ହୋଇଛି ଘଟଣା ସମୟରେ ତ୍ରିଶୁଳ ପର୍ବତ ଉପରେ ପ୍ରବଳ ଧୂଳି ଦେଖିବାକୁ ମିଳିଥିଲା। ପାହାଡ଼ ଉପରୁ ଧୂଳି ଓ ମାଟି ତଳକୁ ଖସିବା ପରେ ଅତର୍କିତ ବନ୍ୟା ସ୍ଥିତି ସୃଷ୍ଟି ହୋଇଥିଲା। ଡ.ଡାନ ଶୁଗାର ଟ୍ୱିଟ କରି କହିଛନ୍ତି, ହିମଖଣ୍ଡ ଉପରେ ଡ ଆକାରର ଭୂସ୍ଖଳନ ହୋଇଥିଲା। ଫଳରେ ଉପରେ ଥିବା ହିମଖଣ୍ଡ ଦ୍ରୁତ ଗତିରେ ତଳକୁ ଖସିଆସିଛି । ଘଟଣା ପୂର୍ବରୁ ଖ ଆକାରର ଧୂଳି ଓ ଜଳୀୟ ବାଷ୍ପ ଦେଖିବାକୁ ମିଳିଥିଲା। ତ୍ରିଶୁଳ ପର୍ବତ ଉପରେ ପ୍ରବଳ ମାଟି ଓ ଧୂଳି ଜମାଟ ବାନ୍ଧି ରହିଥିଲା। ଏହା ଓଜନ ହେବାରୁ ବରଫ ଖଣ୍ଡ ଉପରେ ପଡ଼ି ଯାଇଥିଲା। ଏହି କାରଣରୁ ଗୋଟିଏ ବଡ଼ଧରଣ ହିମସ୍ଖଳନ ହୋଇଛି।

Related posts

ସିଏଏ ଉଚ୍ଛେଦ କରିବାକୁ ଗୋଆ ଆର୍କ ବିଶପଙ୍କ ଅପିଲ୍

mahabharatanews

ଶରୀର ପାଇଁ ଖୁବ ଉପକାରୀ ଗୋଲମରିଚ

mahabharatanews

ରାଜମୁନ୍ଦରୀରେ ଖୋଲିଲା ‘ଦିଶା’ ଥାନା

mahabharatanews