ଓଡିଶା

ରେଳ ଦୁର୍ଘଟଣା : ଚନ୍ଦକା ଥାନାରେ ୫ଜଣିଆ ଟିମ୍

(ବାଲେଶ୍ଵର) : ବାହାନଗା ରେଳ ଦୁର୍ଘଟଣାକୁ ମାସେ ଏକ ସପ୍ତାହ ପୁରିଥିଲେ ମଧ୍ୟ ସେ ରାତିର ଦୃଶ୍ୟ ମନରୁ ଲିଭିନି ।  ଏହି ମାମଲାରେ ଭୁବନେଶ୍ବର ଚନ୍ଦକା ଥାନାରେ ଆଜି ସିବିଆଇ ଟିମ୍ ପହଞ୍ଚିଥିବା ଜଣାପଡିଛି । ୫ଜଣିଆ ଟିମ୍ ଗିରଫ ୩ ରେଳ ଅଧିକାରୀଙ୍କୁ ପଚରାଉଚରା କରିବ। ଏହାଛଡ଼ା ଆଉ ଜଣେ ରେଳ କର୍ମଚାରୀଙ୍କୁ ସିବିଆଇ ସମନ୍ କରିଥିବାର ବି ସୂଚନା ମିଳିଛି।

ସୂଚନାନୁଯାୟୀ , କାର୍ଯ୍ୟରେ ଅବହେଳା ଓ ଦୁର୍ଘଟଣାର କାରଣ ଲୁଚାଇଥିବାରୁ ଜାତୀୟ ତଦନ୍ତକାରୀ ସଂସ୍ଥା ସିବିଆଇ ଗତକାଲି ଏହି ମାମଲାରେ ଏହି ତିନି ଜଣ ବୈଷୟିକ ଅଧିକାରୀଙ୍କୁ ଗିରଫ କରିଥିଲା। ସେମାନେ ହେଲେ ସିଗନାଲ୍ ବିଭାଗର ବରିଷ୍ଠ ସେକ୍ସନ୍ ଇଞ୍ଜିନିୟର ଅରୁଣ କୁମାର ମହାନ୍ତ, ସେକ୍ସନ୍ ଇଞ୍ଜିନିୟର ମହମ୍ମଦ ଅମୀର ଖାନ ଓ ଟେକ୍ନିସିଆନ୍ ପପୁ କୁମାର।

ସୂଚନାଥାଉ କି, ଗତ ଜୁନ୍ ମାସ ୨ ତାରିଖରେ ବାଲେଶ୍ୱର ବାହାନଗାରେ ଏହି ଭୟଙ୍କର ଟ୍ରେନ୍ ଦୁର୍ଘଟଣା ଘଟିଥିଲା । କରମଣ୍ଡଳ ଏକ୍ସପ୍ରେସ୍‌ ମାଲଗାଡ଼ି ଉପରେ ଚଢ଼ି ଯାଇଥିଲା । ଠିକ୍‌ ସେହି ସମୟରେ ଆସୁଥିବା ବାଙ୍ଗାଲୁରୁ-ହାୱାଡ଼ା ୟେଶବନ୍ତପୁର ଏକ୍ସପ୍ରେସ୍‌ର ଉପରେ ପଡ଼ିଥିଲା କରମଣ୍ଡଳ ଏକ୍ସପ୍ରେସ୍‌ । ଏହି ଭୟଙ୍କର ଦୁର୍ଘଟଣାରେ ୨୯୩ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦୦୦ରୁ ଅଧିକ ଲୋକ ଆହତ ହୋଇଥିଲେ । ୨୮୮ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା । ବାକି ୫ ଜଣଙ୍କ କଟକ ବଡ଼ ଡାକ୍ତରଖାନାରେ ପ୍ରାଣ ହରାଇଥିଲେ ।

Related posts

ରଥ ପରିଚାଳନା ପାଇଁ ଶଙ୍କରାଚାର୍ଯ୍ୟଙ୍କ ପ୍ରଶଂସା

mahabharatanews

ମାମୁଘର ବୁଲିବାକୁ ଆସି ପାଇଖାନା ଟାଙ୍କିରେ ପଡି ଜୀବନ ହାରିଲେ

mahabharatanews

ଉପକୂଳ ଜିଲ୍ଲାରେ ୩ ଦିନ ଯାଏ କାଳବୈଶାଖୀ ସମ୍ଭାବନା

mahabharatanews