ଓଡିଶା

ମୌସୁମୀ ପାଇଁ ରାଜ୍ୟରେ ଅନୁକୂଳ ପରିବେଶ ରହିଛି

ଭୁବନେଶ୍ୱର: ଆଜି ମଧ୍ୟାହ୍ନ ସୁଦ୍ଧା ସମଗ୍ର ରାଜ୍ୟରେ ଦକ୍ଷିଣ- ପଶ୍ଚିମ ମୌସୁମୀ ଅଧିକ ସକ୍ରିୟ ହେବା ସହ ପୂରା ରାଜ୍ୟକୁ ଆଚ୍ଛାଦନ କରିଛି। ମୌସୁମୀ ପାଇଁ ରାଜ୍ୟରେ ସଂପୂର୍ଣ୍ଣ ଅନୁକୂଳ ପରିବେଶ ରହିଛି। ଫଳରେ ସମଗ୍ର ରାଜ୍ୟରେ ଦକ୍ଷିଣ- ପଶ୍ଚିମ ମୌସୁମୀ ଆହୁରି ଅଧିକରୁ ଅଧିକ ସକ୍ରିୟ ହେବା ସହ ଆସନ୍ତା ଜୁନ୍‌ ୧୭ ତାରିଖ ପର୍ୟ୍ୟନ୍ତ ରାଜ୍ୟର ପ୍ରାୟ ଅଧିକାଂଶ ଜିଲ୍ଲାରେ ମଧ୍ୟମରୁ ପ୍ରବଳ ବର୍ଷା କରାଇବାର ସମ୍ଭାବନା ରହିଥିବା ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ସୂଚନା ଦିଆଯାଇଛି ।
ଦକ୍ଷିଣ- ପଶ୍ଚିମ ମୌସୁମୀ ପ୍ରଭାବରେ ଉତ୍ତର ଆଭ୍ୟନ୍ତରୀଣ ଓଡିଶାର ଅଧିକାଂଶ ଜିଲ୍ଲା ସମେତ ରାଜ୍ୟର ଅନ୍ୟ ବହୁ ଜିଲ୍ଲାର ଅନେକ ସ୍ଥାନରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା କିମ୍ବା ବଜ୍ରପାତ ସମ୍ଭାବନା ରହିଛି। ଏହି ସମୟ ମଧ୍ୟରେ ରାଜ୍ୟର ବାଲାଙ୍ଗୀର, କାଳାହାଣ୍ଡି, ସୋନପୁର, ବରଗଡ଼, ନୂଆପଡ଼ା, ସମ୍ବଲପୁର, ଝାରସୁଗୁଡ଼ା ଏବଂ ସୁନ୍ଦରଗଡ଼ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ଦୃଷ୍ଟିରୁ ଏହି ୮ଟି ଜିଲ୍ଲା ପାଇଁ ୟେଲୋ ଓ୍ଵାର୍ଣ୍ଣିଂ ଜାର କରିଛି ରାଜ୍ୟ ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

Related posts

ବରୀ ବାସୀଙ୍କ ପାଇଁ ରାଜ ରାସ୍ତା ରେ ବସିବୁ : ବିଜେପି

mahabharatanews

ଡଙ୍ଗାରେ ଆସି ପହଞ୍ଚିଲେ ୧୬ ମତ୍ସଜୀବୀ

mahabharatanews

୧୩ରୁ ବଢିବ ତାତି,୪୦ ଡିଗ୍ରୀ ଛୁଇଁବା ସମ୍ଭାବନା 

mahabharatanews