ଓଡିଶା

ସିଏଏ ପ୍ରସ୍ତାବ ନେଇ ୟୁରୋପୀୟ ସଂସଦକୁ ଚିଠି ଲେଖିଲେ ଓମ ବିର୍ଲା

(ମହାଭାରତ, ନୂଆଦିଲ୍ଲୀ): ନାଗରିକତା ସଂଶୋଧନ ଆଇନକୁ ବିରୋଧ କରି ୟୁରୋପୀୟ ସଂସଦରେ ଏକ ପ୍ରସ୍ତାବ ପାରିତ ହୋଇଛି । ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଲୋକସଭା ବାଚସ୍ପତି ଓମ୍ ବିର୍ଲା । ଏହି ପ୍ରସ୍ତାବ ବାବଦରେ ପୁନର୍ବିଚାର କରାଯିବା ଆବଶ୍ୟକ ବୋଲି ୟୁରୋପୀୟ ସଂସଦର ବାଚସ୍ପତି ଡେଭିସ ମାରିଆ ସସୋଲିଙ୍କୁ ସେ ଚିଠି ଲେଖି ଜଣାଇଛନ୍ତି । ସିଏଏ କାହାର ନାଗରିକତା ଛଡାଇ ନେବ ନାହିଁ । ବରଂ ପଡୋଶୀ ଦେଶରେ ଧାର୍ମିକ ଉତ୍ପୀଡନାର ଶିକାର ହେଉଥିବା ବ୍ୟକ୍ତିଙ୍କୁ ଭାରତର ନାଗରିକତା ଦେଉଛି । ଭାରତୀୟ ସଂସଦର ଉଭୟ ଗୃହରେ ଆଲୋଚନା ହେବା ପରେ ଏହା ଆଇନରେ ପରିଣତ ହୋଇଛି । ତେଣୁ ଭାରତୀୟ ସଂସଦ ତିଆରି କରିଥିବା ଏହି ଆଇନକୁ ୟୁରୋପୀୟ ସଂସଦ ମଧ୍ୟ ସମ୍ମାନ ଜଣାଇବା ଦରକାର ବୋଲି ବିର୍ଲା ଚିଠିରେ ଲେଖିଛନ୍ତି । ସୂଚନାଯୋଗ୍ୟ, ନାଗରିକତା ସଂଶୋଧନ ଆଇନ (ସିଏଏ)କୁ ବିରୋଧ କରି ଦେଶର କିଛି ସ୍ଥାନରେ ହିଂସା ଦେଖାଦେଇଥିବା ବେଳେ ଗତ ସପ୍ତାହରେ ୟୁରୋପୀୟ ସଂସଦରେ ଏନେଇ ଏକ ପ୍ରସ୍ତାବ ଗୃହୀତ ହୋଇଥିଲା । ବୁଧବାର ଏହାକୁ ନେଇ ଆଲୋଚନା ହେବାର ଦିନକ ପରେ ମତଦାନ ହେବ । ଏବେ ଭାରତ ଏହାକୁ ନେଇ ଆପତ୍ତି ଉଠାଇଛି ।

Related posts

୧୬ରୁ ଯୁକ୍ତ ୨ ପରୀକ୍ଷା 

mahabharatanews

ଠିକାସଂସ୍ଥାର ଜାତୀୟ ରାଜପଥ ଅବରୋଧ, ଅଞ୍ଚଳରେ ଅସନ୍ତୋଷ

mahabharatanews

୫ଟି ସଚିବଙ୍କ ବଡ଼ ଘୋଷଣା 

mahabharatanews