(ସେଖ୍ ଫୈଜନ କାଦ୍ରୀ/ଭଦ୍ରକ): ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ସିଡିପିଓ ଜାନକୀ ଦାସ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି । ତାଙ୍କ କାର୍ଯ୍ୟାଳୟରେ କାମ କରୁଥିବା ଜଣେ ଠିକା ଡ୍ରାଇଭରଙ୍କ ବକେୟା ଦରମା କରାଇ ଦେବା ପାଇଁ ସେ ୩ ହଜାର ଟଙ୍କା ଲାଞ୍ଚ ନେଉଥିଲେ । ଏହି ସମୟରେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ କାବୁ କରିଥିଲେ । ସୁଚନା ଅନୁଯାୟୀ, ଡ୍ରାଇଭର ରାଜ କିଶୋର ନାୟକଙ୍କର ୨୦୧୯ ଜୁଲାଇ ମାସରୁ ଦରମା ବକେୟା ଥିଲା । କିଛି ଦିନ ତଳେ କାର୍ଯ୍ୟାଳୟକୁ ହାତପାଣ୍ଠି ଅର୍ଥ ଆସିଥିଲା । ସେହି ଟଙ୍କାରୁ ତାଙ୍କ ବକେୟା ଦରମା କରାଇ ଦେବା ପାଇଁ ସିଡିପିଓ ୩ ହଜାର ଟଙ୍କା ଦେବାକୁ କହିଥିଲେ । ଏନେଇ ରାଜ କିଶୋର ଭିଜିଲାନ୍ସ ବିଭାଗକୁ ଜଣାଇଥିଲେ । ପୂର୍ବ ଯୋଜନା ଅନୁଯାୟୀ, ଗତକାଲି ସିଡିପିଓଙ୍କୁ ରାଜ କିଶୋର ୩ ହଜାର ଟଙ୍କା ଦେବା ବେଳେ ଭିଜିଲାନ୍ସ ତାଙ୍କୁ ଧରିଥିଲା । ସିଡିପିଓଙ୍କୁ ଗିରଫ କରାଯିବା ସହ ତାଙ୍କ କାରକୁ ଭିଜିଲାନ୍ସ ଅଧିକାରୀମାନେ ଜବତ କରିଚନ୍ତି । ତେବେ ଚଢାଉ ବେଳେ ଭିଜିଲାନ୍ସ ଡିଏସପି ଡି.ସି ମୁର୍ମୁ, ଡିଏସପି ଏ.କେ ସାମନ୍ତରାୟ, ବାଲେଶ୍ୱର ଓ ଭଦ୍ରକର ଭିଜିଲାନ୍ସ କର୍ମଚାରୀମାନେ ଉପସ୍ଥିତ ଥିଲେ ।
previous post
next post