ଅପରାଧ

ଚେନ ଲୁଟିବାକୁ ଯାଇ ନିର୍ଧୁମ ଛେଚା ଖାଇଲେ ଲୁଟେରା

ଅଜିତ ସାହୁ/ଜଳେଶ୍ବର: ଭୁଜାଲି ଲଗାଇ ଚେନ ଲୁଟି ନେବା ୨ ଦୁର୍ବୃତ୍ତଙ୍କୁ ପଡିଲା ମହଙ୍ଗା । ସ୍ଥାନୀୟ ଲୋକଙ୍କ ହାତରେ ଧରା ପଡି ଖାଇଲେ ନିସ୍ତୁକ ମାଡ । ଏଭଳି ଘଟଣା ଘଟିଛି ବାଲେଶ୍ଵର ଜିଲ୍ଲା ବାଲିଆପାଳ ଥାନା ଅଧୀନ ରେମୁ ଛକରେ । ନାବରା ମହିଳା ମହାବିଦ୍ୟାଳୟର ଅଧ୍ୟାପିକ ସାଧନ ଦାସ ଅଧିକାରୀ ସ୍କୁଟି ଯୋଗେ ଘରକୁ ଫେରିବା ବେଳେ ଦୁର୍ବୃତ୍ତ ତାଙ୍କୁ ଏକ ବାଇକରେ ପିଛା କରିଥିଲେ । ଏକ ଶୂନଶାନ ରାସ୍ତାରେ ତାଙ୍କ ସ୍କୁଟି ଅଟକାଇ ଛୁରୀ ଦେଖାଇ ଚେନ ଛିଡାଇ ଥିଲେ । ତେବେ ଅଧ୍ୟାପିକା ଜଣକ ଚିତ୍କାର କରିବାରୁ ସ୍ଥାନୀୟ ଲୋକେ ଉଭୟଙ୍କୁ ଧରି ବାନ୍ଧି ପକାଇ ନିର୍ଧୁମ ଛେଚିଥିଲେ । ଖବର ପାଇ ବଳିଆପାଳ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇ ଲୁଟେରାଙ୍କୁ ମୁର୍ମୁଷ ଅଵସ୍ଥାରେ ଉଦ୍ଧାର କରି ବାଲିଆ ପାଳ ମେଡିକାଲରେ ଭର୍ତ୍ତି କରି ତଦନ୍ତ ଚଳାଇଛି । ଦୁଇ ଯୁବକ ହେଉଛନ୍ତି ବାଲେଶ୍ଵର ହଳଦୀପଦା ଅଞ୍ଚଳର ରଞ୍ଜନ ପରିଡା ଏବଂ ରବି ନାଏକ । ତେବେ ଏହି ଦୁହି ଜଣଙ୍କ ପୂର୍ବରୁ ଜାତୀୟ ରାଜପଥ ଲୁଟ ପାଟ, ବିଭିନ୍ନ ଥାନାରେ ଚୋରି, ରାହାଜାନୀ, ଭଳି ସଙ୍ଗିନ ଅଭିଯୋଗ ଥିବା ଜଣା ପଡ଼ିଛି।

Related posts

ବାପାଙ୍କୁ ହତ୍ୟା କଲେ ଦୁଇ ପୁଅ

mahabharatanews

୧୯୯୯ ଗଣଦୁଷ୍କର୍ମର ମୁଖ୍ୟ ଅଭିଯୁକ୍ତ ପୁଲିସ ହାତରେ

mahabharatanews

ବିଜେପି ବିଧାୟକ ମହେଶ ନେଗିଙ୍କ ନାମରେ ଦୁଷ୍ମର୍ମ ଅଭିଯୋଗ ସହ ଡିଏନଏ ଟେଷ୍ଟ ଦାବି

mahabharatanews