ଓଡିଶା

ସୁରକ୍ଷା ବ୍ୟବସ୍ଥାକୁ ମନା କଲେ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି

କଟକ: ଓଡ଼ିଶା ହାଇକୋର୍ଟର ୩୨ତମ ମୁଖ୍ୟ ବିଚାରପତି ଭାବେ ଶପଥ ଗ୍ରହଣ କରିଥିବା ଜଷ୍ଟିସ ଏସ୍. ମୁରଲୀଧର ଏବେ ଚର୍ଚ୍ଚାରେ । ସେ ଜଣେ ମୁଖ୍ୟ ବିଚାରପତିଙ୍କ ପାଇଁ ଉଦ୍ଦିଷ୍ଟ ପାଇଲଟ ଓ ସୁରକ୍ଷା ବ୍ୟବସ୍ଥାର ସୁବିଧା ନେବାକୁ ମନାକରି ଚର୍ଚ୍ଚାରେ । ଏହି ସବୁ ସୁବିଧା ନେବାକୁ ଜଷ୍ଟିସ ମୁରଲୀଧର ମନା କରି ସୋମବାର ହାଇକୋର୍ଟରୁ ତାଙ୍କ ବାସଭବନକୁ ବିନା ପାଇଲଟ ଏବଂ ସିକ୍ୟୁରିଟିରେ ଫେରିଛନ୍ତି।
୧୯୬୧ ଅଗଷ୍ଟ ୮ରେ ଜନ୍ମିତ ଜଷ୍ଟିସ ମୁରଲୀଧର ଜଷ୍ଟିସ ମୁରଲୀଧର ୧୯୮୪ରେ ଚେନ୍ନାଇରେ ଆଇନ ପେସାରେ ପ୍ରବେଶ କରିଥିଲେ । ଏହାପରେ ସେ ସୁପ୍ରିମକୋର୍ଟ ଓ ଦିଲ୍ଳୀ ହାଇକୋର୍ଟରେ ଦୀର୍ଘ ଅଭିଜ୍ଞତା ହାସଲ କରିଥିଲେ । ଏହି ସମୟରେ ସେ ସୁପ୍ରିମକୋର୍ଟ ଆଇନ ସେବା କମିଟି ପକ୍ଷରୁ ବହୁ ଗୁରୁତ୍ୱପୂର୍ଣ୍ଣ ମାମଲାର ପରିଚାଳନା କରି ସୁନାମ ଅର୍ଜନ କରିଥିଲେ । ଭୋପାଲ ଗ୍ୟାସ ଟ୍ରାଜେଡି, ନର୍ମଦା ନଦୀବନ୍ଧ ବିସ୍ଥାପିତ ସମସ୍ୟା ସମ୍ପର୍କିତ ମାମଲାଗୁଡିକୁ ସେ ପରିଚାଳନା କରି ସେ ନ୍ୟାୟ ପ୍ରଦାନ କରିଥିଲେ । ଏହା ବ୍ୟତୀତ ବହୁ ଜନସ୍ୱାର୍ଥ ଆବେଦନ ଓ ମୃତ୍ୟୁଦଣ୍ଡ ସମ୍ପର୍କିତ ମାମଲାରେ ମାନ୍ୟବର ସୁପ୍ରିମକୋର୍ଟ ତାଙ୍କୁ ଆମିକସ କ୍ୟୁରୀଭାବେ ନିଯୁକ୍ତି ଦେଇଥିଲେ । ସେ ଜାତୀୟ ମାନବାଧିକାର କମିଶନ ଓ ଭାରତୀୟ ନିର୍ବଚନ କମିଶନଙ୍କ ପକ୍ଷରୁ ମାମଲା ପରିଚାଳନା କରି ଦେଶର ଜଣେ ନାମଜାଦା ଆଇନଜୀବୀ ଭାବେ ସୁଖ୍ୟାତି ଅର୍ଜନ କରିଥିଲେ । ୨୦୦୨ ଡିସେମ୍ବରରୁ ୨୦୦୬ ମେ ମାସ ପର୍ଯ୍ୟନ୍ତ ସେ ଲ’ କମିଶନରେ ପାର୍ଟ ଟାଇମ ସଦସ୍ୟ ଥିଲେ । ୨୦୦୬ ମେ ୨୯ରେ ସେ ଦିଲ୍ଲୀ ହାଇକୋଟର ବିଚାରପତି ଭାବେ ଦାୟିତ୍ୱଗ୍ରହଣ କରିଥିଲେ । ଏହାପରେ ସେ ପଞ୍ଜାବ ଓ ହରିୟାଣା ହାଇକୋର୍ଟକୁ ବଦଳି ହୋଇଥିଲେ । ଉଲ୍ଲେଖ ଯୋଗ୍ୟ ଯେ, ଜଷ୍ଟିସ ଡ ମୁରଲୀଧରଙ୍କର ଓଡିଶା ନିଯୁକ୍ତି ସମ୍ପର୍କରେ ରାଷ୍ଟ୍ରପତି ଭବନ ପକ୍ଷରୁ ୨ ସପ୍ତାହ ପୂର୍ବରୁ ଅନୁମୋଦନ ପ୍ରକାଶ ପାଇଥିଲା ।

Related posts

ପୋଲାଭରମ ସ୍ତିତି ପରଖିଲେ ଜାତୀୟ ଜନଜାତି କମିଶନ

mahabharatanews

ବିଏସଏନଏଲ ଠିକା ଶ୍ରମିକଙ୍କୁ ଛଟେଇ ବନ୍ଦ ଦାବିରେ ବିକ୍ଷୋଭ ପ୍ରଦର୍ଶନ

mahabharatanews

ଆସନ୍ତାକାଲି ଶ୍ରୀବିଗ୍ରହଙ୍କ ବନକଲାଗି ନୀତି

mahabharatanews