ଓଡିଶା

କଳାହାଣ୍ଡିରେ ଗଡ଼ିଲା ଲକ୍ଷ୍ମୀ ବସ୍

(କଳାହାଣ୍ଡି) : କଳାହାଣ୍ଡିରେ ଗଡ଼ିଲା ଲକ୍ଷ୍ମୀ ବସ୍। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କଳାହାଣ୍ଡି ଜିଲ୍ଲାରେ ଲକ୍ଷ୍ମୀ ବସ୍ ସେବାର ଶୁଭାରମ୍ଭ କରିଛନ୍ତି। କଳାହାଣ୍ଡି ପ୍ରତିଷ୍ଠା ଦିବସରେ ଜିଲ୍ଲାବାସୀଙ୍କୁ ଶୁଭେଚ୍ଛା ଜଣାଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହି ଯୋଜନାରେ ୬୩ଟି ବସ୍‌ ଚାଲିବ ଏବଂ ସବୁ ପଞ୍ଚାୟତକୁ ବସ୍‌ ଯିବ। କଳାହାଣ୍ଡି ବିଶ୍ବବିଦ୍ୟାଳୟ ପଡ଼ିଆରେ ଏହି ଯୋଜନା ଆରମ୍ଭ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଲକ୍ଷ୍ମୀ ଘରେ ଘରେ ଖୁସି ଆଣିବ ଏବଂ ବିକାଶର ଗାଡ଼ିକୁ ଆହୁରି ଜୋରରେ ଆଗକୁ ନେବ। ସାରା ରାଜ୍ୟରେ ଏହି ଯୋଜନାରେ ୧୦୦୦ଟି ବସ୍‌ ଚାଲିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ସୂଚନାନୁଯାୟୀ,ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରୁ ଗାଁରେ ବସର ଅସୁବିଧା ବିଷୟରେ ଜାଣିବା ପରେ ଲକ୍ଷ୍ମୀ ଯୋଜନା ଆରମ୍ଭ କରିଛି ବୋଲି ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହା ଦ୍ବାରା ଆପଣଙ୍କର ପ୍ରତିଦିନର ଚିନ୍ତା ଦୂର ହେବ। ରାଜ୍ୟରେ ଚାଲିବ ଏକ ହଜାରରୁ ଅଧିକ ବସ। ମୁଖ୍ୟମନ୍ତ୍ରୀ ପୁଣି କହିଥିଲେ ଯେ ଏଥିରେ ଆପଣଙ୍କ ଘର ପାଖକୁ ବସ ଆସିବ। ସମସ୍ତଙ୍କୁ ଯୋଡ଼ିବ। ପିଲାଙ୍କୁ ସ୍କୁଲ ସହିତ, ଚାଷୀକୁ ମାର୍କେଟ ସହିତ ଆଉ ମା’ମାନଙ୍କ ଗତିଶୀଳତା ବୃଦ୍ଧି ପାଇବ।

Related posts

ଆସୁଛି ଦୁଇଟି ଲଘୁଚାପ; ଓଡ଼ିଶାରେ ବର୍ଷା ସମ୍ଭାବନା

mahabharatanews

ଅଗ୍ନିକାଣ୍ଡରେ ୨ ନାବାଳକ ମୃତ

mahabharatanews

ବିଲରୁ ମିଳିଲା ନିଖୋଜଙ୍କ ମୃତ ଦେହ

mahabharatanews