ଓଡିଶା

 ଓଡ଼ିଶାରେ ଦେଶର ସର୍ବବୃହତ କ୍ରୀଡ଼ା ବିଜ୍ଞାନ କେନ୍ଦ୍ର 

(ଭୁବନେଶ୍ବର) : ରାଜ୍ୟରେ ଉଦଘାଟିତ ହେଲା ଦେଶର ସର୍ବବୃହତ କ୍ରୀଡ଼ା ବିଜ୍ଞାନ କେନ୍ଦ୍ର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦଘାଟନ କରିଛନ୍ତି । ଏହି କ୍ରୀଡ଼ା ବିଜ୍ଞାନ କେନ୍ଦ୍ରରେ ଉଭୟ ଦିବ୍ୟାଙ୍ଗ ଓ ସକ୍ଷମଙ୍କ ପାଇଁ ଉଚ୍ଚକୋଟିର ବ୍ୟବସ୍ଥା ରହିଛି । ବିଶେଷକରି ଖେଳାଳିଙ୍କୁ ଫିଟ୍ ରଖିବାରେ ଏହା ବରଦାନ ସାଜିବ । ଏହା ସହିତ ବିଶ୍ବସ୍ତରୀୟ ଉପକରଣ ଯୋଗାଇ ଦେଇଛନ୍ତି ରାଜ୍ୟ ସରକାର। ତୃଣମୂଳ ସ୍ତରର ପ୍ରତିଭାଙ୍କୁ ଉଚ୍ଚକୋଟୀର ପ୍ରଦର୍ଶନ ପାଇଁ ପ୍ରସ୍ତୁତ କରିବା ଆହତ କ୍ରୀଡ଼ାବିତଙ୍କୁ ଫିଟ୍ ରଖିବା, କ୍ରୀଡ଼ାବିତଙ୍କ ଶାରୀରିକ ଓ ମାନସିକ ଦକ୍ଷତା ପରଖିବା ଆଦି ଦିଗ ଉପରେ କ୍ରୀଡ଼ା ବିଜ୍ଞାନ କେନ୍ଦ୍ର କାର୍ଯ୍ୟ କରିବ। ଏଥିପାଇଁ ଉଚ୍ଚ ପ୍ରଶିକ୍ଷିତ ଟ୍ରେନରଙ୍କୁ ନିଯୁକ୍ତି ଦିଆଯାଇଛି।

Related posts

ବସ୍ତିବାସିନ୍ଦାଙ୍କୁ ଜମିପଟ୍ଟା ବାଣ୍ଟିଲେ ମୁଖ୍ୟମନ୍ତ୍ରୀ 

mahabharatanews

ଆଜିଠୁ ବିଶ୍ୱ ପ୍ରସିଦ୍ଧ ଯୋରନ୍ଦା ମେଳା

mahabharatanews

ରାଜ୍ୟରେ ଏଣିକି ବୃଦ୍ଧି ପାଇବ ତାପମାତ୍ରା

mahabharatanews