ଓଡିଶା

୧୬ରୁ କାର୍ଯ୍ୟକ୍ଷମ ହେବ ନବନିର୍ମିତ କଟକ ନେତାଜୀ ବସ୍ ଟର୍ମିନାଲ 

(କଟକ) :  ଚଳିତ ମାସ ୧୬ରୁ କାର୍ଯ୍ୟକ୍ଷମ ହେବ ନବନିର୍ମିତ କଟକ ନେତାଜୀ ବସ୍ ଟର୍ମିନାଲ ।  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ନୂଆ ବସ୍ ଟର୍ମିନାଲକୁ ଉଦ୍ଘାଟନ କରିବା ନେଇ କଟକ ମେୟର ସୁବାସ ସିଂହ ଗୁରୁବାର ସୂଚନା ଦେଇଛନ୍ତି ।

ସୂଚନାନୁଯାୟୀ ,ସେପ୍ଟେମ୍ବର ୧୩ରୁ ନୂଆ ବସ୍ ଟର୍ମିନାଲରେ ଟ୍ରାଏଲ ରନ୍ କରାଯିବ । ଏହା ପରେ ମୁଖ୍ୟମନ୍ତ୍ରୀ ଆନୁଷ୍ଠାନିକ ଭାବେ ଉଦଘାଟନ କରିବା ପରେ ଏହା ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବ । 84 କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ଅନ୍ତର୍ଜାତୀୟ ସ୍ତରର ଟର୍ମିନାଲରେ ରହିଛି ଅତ୍ୟାଧୁନିକ ବ୍ୟବସ୍ଥା । ଏହାସହ ରାଣୀହାଟ କ୍ଲକ ଟାଓ୍ବାର, ତାଳଦଣ୍ଡା ପାର୍ଶ୍ବ ଫୁଡକୋର୍ଟ, ସିଲଭର ସିଟି ବୋଟ କ୍ଲବ ସହ ମୋଟ ୧୫  ଟି ପ୍ରକଳ୍ପର ଉଦଘାଟନ ସହ ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି ।  ଯେଉଁଥିରେ 500 ରୁ ଅଧିକ ବସ୍ ରହିବା ସହ ଦୈନିକ ହଜାର ହଜାର ଯାତ୍ରୀଙ୍କୁ ସେବା ଯୋଗାଇ ଦିଆଯିବ । ଏହି ଟର୍ମିନାଲରେ ଫୁଡ୍ କୋର୍ଟ, ବିଶ୍ରାମାଗାର, ପାର୍କିଂ ସ୍ଥାନ ସମେତ ଅନେକ ଅତ୍ୟାଧୁନିକ ସୁବିଧା ରହିବ ।

Related posts

ଅନୁଗୁଳରୁ କଳାହାଣ୍ଡିକୁ ସାଇକେଲରେ ଫେରିଲେ ୫ଜଣ ବ୍ୟବସାୟୀ

mahabharatanews

ଓଡ଼ିଶା ଫେରିଲେ ବେଙ୍ଗାଲୁରୁରୁ ଉଦ୍ଧାର ଦାଦନ ଶ୍ରମିକ

mahabharatanews

ମୁଖ୍ୟ ନିର୍ମାଣ ଯନ୍ତ୍ରୀଙ୍କ ବିପୁଳ ସମ୍ପତ୍ତି, ଚାଲିଛି ରେଡ୍

mahabharatanews