ଓଡିଶା

ଆଜି ପାରଳାଖେମୁଣ୍ଡି ଗସ୍ତରେ ବିଜେଡି ସୁପ୍ରିମୋ

(ଭୁବନେଶ୍ୱର) : ଆଜି ସନ୍ଧ୍ୟାରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପାରଳାଖେମୁଣ୍ଡି ଗସ୍ତରେ ଆସୁଛନ୍ତି। ଗଜପତି ଷ୍ଟାଡିୟମରେ ଆୟୋଜିତ ଏକ ସାଧାରଣ ସଭାରେ ସେ ଅପରାହ୍ନ ୫ଟାରେ ଯୋଗ ଦେଇ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ନିର୍ବାଚନ ପ୍ରଚାର କରିବେ।

ସୂଚନାନୁଯାୟୀ , ଅପରାହ୍ନ ୫ଟା ୫୦ରେ ସେ ପାରଳାଖେମୁଣ୍ଡିରୁ ଭୁବନେଶ୍ବର ଫେରିଯିବେ। ୨୦୧୯ ମସିହାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପାରଳାଖେମୁଣ୍ଡି ନିର୍ବାଚନ ପ୍ରଚାରରେ ଆସି କେବଳ ଏକ ରୋଡ଼ ସୋ କରିଥିଲେ । କିନ୍ତୁ ଚଳିତ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ସାଧାରଣ ସଭାରେ ଯୋଗ ଦେବେ। ଏହା ନିଶ୍ଚିତ ଭାବେ ମୋ ପାଇଁ ମର୍ଯ୍ୟାଦାଜନକ ବୋଲି ବିଜେଡି ପ୍ରାର୍ଥୀ ରୂପେଶ ପାଣିଗ୍ରାହୀ ପ୍ରକାଶ କରିଛନ୍ତି।

Related posts

ଭିଜିଲାନ୍ସ ଜାଲରେ ମାଲକାନଗିରି ଜିଲ୍ଲାର ଅ।।ଇସିଡିଏସ ସୁପରଭାଇଜର

mahabharatanews

ପୁଣି ଥରେ ଓଡିଶାରୁ ରାଜ୍ୟସଭା ପ୍ରାର୍ଥୀ ହେଲେ ଅଶ୍ୱିନୀ ବୈଷ୍ଣବ

mahabharatanews

କରୋନା-୧୯ ଲଢେଇ ଅଭିଯାନରେ ଏନଟିପିସି, କଣିହାଁ ସାମିଲ

mahabharatanews