ଓଡିଶା

ଆଜି ଓଡିଶା ଆସୁଛନ୍ତି  ଏସ୍‌. ଜୟଶଙ୍କର 

(ଭୁବନେଶ୍ୱର) :  ବିଜେପି ଫୋକସରେ ଓଡ଼ିଶା । ସେଥିପାଇଁ ରାଜ୍ୟରେ ବିଜେପି କର୍ମୀଙ୍କ ମନୋବଳ ଦୃଢ଼ କରିବା ପାଇଁ ଓଡ଼ିଶା ଆସୁଛନ୍ତି ଦିଲ୍ଲୀ ନେତା । ୨୦୨୪ ନିର୍ବାଚନକୁ ଦୃଷ୍ଟିରେ ରଖି ଦଳର ଶକ୍ତି ବୃଦ୍ଧି ନିମନ୍ତେ ବିଜେପିର କେନ୍ଦ୍ରୀୟ ନେତୃତ୍ଵ ଘନ ଘନ ଓଡ଼ିଶା ଗସ୍ତ କରୁଛନ୍ତି । ଶନିବାର ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ୨ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ।

ସୂଚନାନୁଯାୟୀ,  ସେ ଭୁବନେଶ୍ୱରଠାରେ ଏକ ଖବରଦାତା ସମ୍ମିଳନୀରେ ଯୋଗଦେବା ସହିତ ସାରେ ବୁଦ୍ଧିଜୀବୀ ସମ୍ମିଳନୀକୁ ସମ୍ବୋଧନ କରିବେ । ରବିବାର ଜୟଶଙ୍କର କଟକଠାରେ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେବେ। ଏସ୍‌.ଜୟଶଙ୍କର। ୪ ଓ ୫ ତାରିଖ ଦୁଇଦିନ ଓଡ଼ିଶାରେ ରହିବେ। ଭୁବନେଶ୍ୱର-କଟକ-ସମ୍ବଲପୁରରେ କାର୍ଯ୍ୟକ୍ରମରେ ଯୋଗଦେବେ ଏସ୍‌.ଜୟଶଙ୍କର । ସେହିଭଳି ୫ ତାରିଖ ଅପରାହ୍ନରେ ଆସିବେ BJP ଅଧ୍ୟକ୍ଷ ଜେପି ନଡ୍ଡା ଭୁବନେଶ୍ୱରରେ ପ୍ରମୁଖ ନେତାଙ୍କ ସହ କରିବେ ଆଲୋଚନା। କଟକରେ ମଧ୍ୟ ନଡ୍ଡାଙ୍କ କାର୍ଯ୍ୟକ୍ରମ ରହିଥିବା ସୂଚନା ଦେଇଛନ୍ତି ଗୋଲକ ମହାପାତ୍ର ।

Related posts

ବାଲୁକା କଳାରେ ବିଜୟ ମହାନ୍ତିଙ୍କୁ ୨ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀଙ୍କ ଶ୍ରଦ୍ଧାଞ୍ଜଳୀ

mahabharatanews

ଜିଲ୍ଳାପାଳ, ଏଡିଏମ, ବିଡିଓ, ତହସିଲଦାର ଆଉ ଆଇଆଇସି ବିଜେଡ଼ିକୁ ଜିତେଇବାକୁ ଳାଗି ପଡ଼ିଛନ୍ତି:କଂଗ୍ରେସ

mahabharatanews

ଜୁଲାଇ ୩ରୁ ମାଟ୍ରିକ୍ ସପ୍ଲିମେଣ୍ଟାରି ପରୀକ୍ଷା 

mahabharatanews