ଓଡିଶା

ଅଭାବନୀୟ ଘଟଣା : ନଳକୂପ ଭିତରେ ନବଜାତ ଶିଶୁ 

(ସମ୍ବଲପୁର) : ନଳକୂପ ଭିତରୁ ନବଜାତ ଶିଶୁର କ୍ରନ୍ଦନ ଶୁଭୁଛି। ଏଭଳି ପରିସ୍ଥିତି ଦେଖିବାକୁ ମିଳିଛି  ସମ୍ବଲପୁର ଜିଲ୍ଲା ରେଙ୍ଗାଲି ଥାନା ଅନ୍ତର୍ଗତ ଲାରିପାଲିସ୍ଥିତ ଶ୍ରୀରାମ ବୁଢା ଜଙ୍ଗଲରେ ଆଜି ଅପରାହ୍‌ଣରେ ।

ସୂଚନା ଅନୁସାରେ, ଲାରିପାଲିସ୍ଥିତ ଶ୍ରୀରାମ ବୁଢ଼ା ଜଙ୍ଗଲକୁ ଆଜି ଅପରାହ୍‌ଣରେ କିଛି ଲୋକ ଯାଇଥିଲେ। ଜଙ୍ଗଲ ଭିତରେ ଥିବା ପରିତ୍ୟକ୍ତ ନଳକୂପରୁ ଏକ ଶିଶୁର କ୍ରନ୍ଦନ ସେମାନେ ଶୁଣିବାକୁ ପାଇଥିଲେ। ଏନେଇ ଲୋକମାନେ ସ୍ଥାନୀୟ ଗ୍ରାମବାସୀଙ୍କୁ ସୂଚନା ଦେଇଥିଲେ। ପରେ ଏହି ସୂଚନା ପୁଲିସ ଓ ଅଗ୍ନିଶମବାହିନୀଙ୍କୁ ଦିଆଯାଇଥିଲା। ସୂଚନା ପାଇ ଅଗ୍ନିଶମବାହିନୀ ଓ ପୁଲିସ ଟିମ୍‌ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଘଟଣାସ୍ଥଳରେ ଏକ ଜେସିବି ପହଞ୍ଚି ଖୋଳିବା କାର୍ଯ୍ୟ ଆରମ୍ଭ କରିଦେଇଛି।

Related posts

ଏକ ଲକ୍ଷ ୮୫ ହଜାର ୩୫୩ ଜଣ ହିତାଧିକାରୀଙ୍କୁ ୩୮ କୋଟି ୧୧ ଲକ୍ଷ ୧୬ ହଜାର ଟଙ୍କା ପ୍ରଦାନ

mahabharatanews

ରଥଖଳା ଏବେ ଚଳଚଞ୍ଚଳ : ବ୍ୟସ୍ତ ତିନିରଥର ବିଶ୍ଵକର୍ମା ମହାରଣା

mahabharatanews

ଶ୍ରୀମନ୍ଦିରରେ ଠେଲାପେଲା ସ୍ଥିତି, ଦର୍ଶନ ବନ୍ଦ

mahabharatanews