ଓଡିଶା

ଉଦ୍ଧାର ହେଲା ନବଜାତ ଶିଶୁ

(ସମ୍ବଲପୁର) : ଉଦ୍ଧାର ହେଲା ବୋରୱେଲ ଭିତରୁ ଶିଶୁକନ୍ୟା । ଜୀବିତ ଅବସ୍ଥାରେ ଉଦ୍ଧାର ହେଲା ନବଜାତ ଶିଶୁକନ୍ୟା । ଦୀର୍ଘ ୬ ଘଣ୍ଟାପରେ ତାକୁ ଉଦ୍ଧାର କରାଯାଇଥିବା ନେଇ ସୂଚନା ରହିଛି । ଉଦ୍ଧାର ପରେ ତୁରନ୍ତ ଛୁଆଟିକୁ ଡାକ୍ତରଖାନା ନିଆଯାଇଛି । ସମ୍ବଲପୁର ଜିଲ୍ଲା ରେଙ୍ଗାଲୀ ବ୍ଲକର ଲରିପାଲି ଜଙ୍ଗଲ ଭିତରେ ଥିବା ଏକ ପରିତ୍ୟକ୍ତ ବୋରଓ୍ବେଲ ଭିତରେ ନବଜାତ ଶିଶୁ ପଡ଼ି ଯାଇଥିଲା ।

ସୂଚନାନୁଯାୟୀ , ଖବର ପାଇ ଘଟଣାସ୍ଥଳରେ ପୋଲିସ ଦମକଳବାହିନୀ ଓ ବ୍ଲକ ପ୍ରଶାସନ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ଆରମ୍ଭ କରିଥିଲେ । ଜଙ୍ଗଲ ରାସ୍ତା ଦେଇ ଯାଉଥିବା କିଛି ଲୋକ ପ୍ରଥମେ କଅଁଳଶିଶୁର କାନ୍ଦିବା ଶୁଣି ବୋରଓ୍ବେଲ ପାଖକୁ ଯାଇଥିଲେ । ତାହା ପରେ ବୋରଓ୍ବେଲ ଭିତରୁ ନବଜାତ ଶିଶୁର କାନ୍ଦିବା ଶବ୍ଦ ଶୁଣି ପୋଲିସକୁ ଖବର ଦେଇଥିଲେ । ସ୍ଥାନୀୟ ଲୋକେ ପୋଲିସ ଏବଂ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ ।

Related posts

ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ପ୍ରତି ଅବହେଳା

mahabharatanews

ତୀର୍ଥ ଯାତ୍ରୀ ବସକୁ ଧକ୍କା ଦେଲା ଆଉ ଏକ ତୀର୍ଥ ଯାତ୍ରୀ ବସ,୧୦ ଆହତ

mahabharatanews

ଆଜି ଶ୍ରାବଣ ମାସର ପ୍ରଥମ ସୋମବାର, ବୋଲବମ୍ ଧ୍ଵନିରେ ପ୍ରକମ୍ପିତ ରାଜ୍ୟ 

mahabharatanews