ଓଡିଶା

ହାତୀ ଉପଦ୍ରବର କ୍ଷତିପୂରଣ ଦାବି

ଆଠମଲ୍ଲିକ: ବିଭିନ୍ନ ସ୍ଥାନରେ ଏବେ ହାତୀମାନଙ୍କର ଉପଦ୍ରବ ଦେଖିବାକୁ ମିଳୁଛି । ସେହିପରି ଆଠମଲ୍ଲିକ ବନଖଣ୍ଡ ଅନ୍ତର୍ଗତ ବାମୁର ରେଞ୍ଜରେ ହାତୀ ଏବଂ ଅନ୍ୟ ବନ୍ୟଜନ୍ତୁମାନଙ୍କର ଉପଦ୍ରବ ବଢିବାରେ ଲାଗିଛି । ଫଳରେ ସ୍ଥାନୀୟ ଲୋକେ ଏବଂ ଚାଷୀ ଅନେକ କ୍ଷୟକ୍ଷତିର ସାମନା କରୁଛନ୍ତି । ଏ ନେଇ ବିଭାଗକୁ ବାରମ୍ବାର ଜଣାଇଲେ ସୁଦ୍ଧା କୌଣସି ପକାର ସୁଫଳ ମିଳି ପାରି ନାହିଁ ।
ନିଜ ଫସଲକୁ ରକ୍ଷା କରିବା ପାଇଁ ଚିନ୍ତାରେ ପଡିଛି ଚାଷୀକୂଳ । ଜନବସତି ମୁହାଁ ହେଉଥିବା ହାତୀମାନଙ୍କ ଉପଦ୍ରବ ଏବେ ଚାଷୀମାନଙ୍କର ମୁଣ୍ଡବିନ୍ଧାର କାରଣ ପାଲଟିଛି । ତେଣୁ ନଷ୍ଟ ହେଉଥିବା ଫସଲର କ୍ଷତି ପୂରଣ ଦାବି କରି ଗ୍ରାମବାସୀମାନେ ରେଞ୍ଜ ଅଫିସ ଘେରାଉ କରିଛନ୍ତି । ଦୁଇ ଦଫା ଦାବି ନେଇ ରେଞ୍ଜ ଅଫିସରେ ଦାବିପତ୍ର ପ୍ରଦାନ କରିଛନ୍ତି ସ୍ଥାନୀୟ ଲୋକେ । ବନ୍ୟଜନ୍ତୁଙ୍କ ପାଇଁ ହୋଇଥିବା କ୍ଷତିର କ୍ଷତିପୂରଣ ଦେବା ସହ ଗ୍ରାମର ସମସ୍ତ ବେକାର ଯୁବକମାନଙ୍କୁ ହାତୀ ଏବଂ ଅନ୍ୟ ବନ୍ୟଜନ୍ତୁ ଘଉଡାଇବା କାର୍ଯ୍ୟରେ ନିୟୋଜିତ କରିବା ପାଇଁ ଦାବି କରିଛନ୍ତି ଗ୍ରାମବାସୀ । ଏ ନେଇ ଅଫିସରଙ୍କୁ ଏକ ଦାବିପତ୍ର ଦେବା ପରେ ଗ୍ରାମବାସୀ ବିକ୍ଷୋଭ ଶେଷ କରିଥିଲେ ।

Related posts

କିଟ୍ ବିଶ୍ୱବିଦ୍ୟାଳୟର ୧୬ତମ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ

mahabharatanews

କଇଠଡା ପଞ୍ଚାୟତ ୭ ଦିନ ପାଇଁ ସଟଡାଉନ

mahabharatanews

ଅଘୋଷିତ ବିଦ୍ୟୁତ କାଟ୍ ପାଇଁ ତେଜୁଛି ଜନ ଅସନ୍ତୋଷ

mahabharatanews