ଓଡିଶାଦୁର୍ଘଟଣା

ଜାତୀୟ ରାଜପଥ ୨୬ର ଶଗଡା ନଦୀ ପୋଲ ନିକଟରେ ଦୁର୍ଘଟଣା ଜଣେ ଗୁରୁତର

ସୋମବାର ସକାଳ ୬.୧୫ ମିନିଟ ସମୟରେ ବରଗଡ଼ ବୋରିଗୁମ୍ମା ଜାତୀୟ ରାଜପଥ ୨୬ର ଭବାନୀପାଟଣା ଜୁନାଗଡ଼ ମଧ୍ୟରେ ଥିବା ଶଗଡା ନଦୀ ପୋଲ ନିକଟରେ ଘଟିଛି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏକ ମାରୁତି ଓ୍ବାଗନର କାର ଯୋଗେ  ଆନ୍ଧ୍ରପ୍ରଦେଶ ଅଞ୍ଚଳର ଦୁଇ ଯୁବକ ନବରଙ୍ଗପୁର  ଠାରୁ ଭବାନୀପାଟଣା ପଟକୁ ଯାଉଥିବା ବେଳେ ଶଗଡା ନଦୀ ନିକଟରେ କୌଣସି କାରଣରୁ ଚାଳକ କାରରୁ ନିୟନ୍ତ୍ରଣ ହରାଇଥିଲେ ଫଳରେ କାରଟି ରାସ୍ତା କଡର ପ୍ରାୟ ୨୫ ଫୁଟ ତଳକୁ ଖସି ପଡି ଓଲଟି ପଡିଛି । ଫଳରେ ଚାଳକ ଜଣକ ଗୁରୁତର ହେଇଥିବା ବେଳେ ସାଥିରେ ଥିବା ଅନ୍ୟ ଜଣେ ସାମାନ୍ୟ ଆହତ ହେଇଛନ୍ତି ।

Related posts

ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି: ୪ ସହରରେ ତାପମାତ୍ରା ୪୪ ଡିଗ୍ରୀ ପାର

mahabharatanews

କୁମାର ପୂର୍ଣ୍ଣିମାରେ ଚନ୍ଦ୍ରଗ୍ରହଣ

mahabharatanews

ବିମାନବନ୍ଦର ଅଘଟଣ: ଠିକାଦାର ଦିଲ୍ଲୀପ ଅଟକ, ତଦନ୍ତ କରିବ ଉଚ୍ଚସ୍ତରୀୟ ବୈଷୟିକ ଟିମ

mahabharatanews