ଓଡିଶା

ଅଚାନକ ବଦଳିଲା ପାଗ : ୨ ଜିଲ୍ଲାରେ  ପ୍ରବଳ ବର୍ଷା ସମ୍ଭାବନା  

(ଭୁବନେଶ୍ୱର) : ଆସନ୍ତା ୫ଦିନ ପର୍ଯ୍ୟନ୍ତ ଓଡ଼ିଶାର ପାଗ ମେଘୁଆ ରହିବା ସହ ସ୍ଥାନେ ସ୍ଥା‌ନେ ହାଲୁକାରୁ ମଧ୍ୟମଧରଣର ବର୍ଷା ହୋଇପାରେ। ଜୁଲାଇ ଦ୍ବିତୀୟ ସପ୍ତାହରେ ଆଉ ଏକ ଲଘୁଚାପ ବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ପ୍ରଭାବରେ ପୁଣି ମୌସୁମୀ ସକ୍ରିୟ ହୋଇପାରେ। ଗୁରୁବାର ସୁନ୍ଦରଗଡ଼ ଓ ଝାରସୁଗୁଡ଼ା ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।

ସୂଚନାନୁଯାୟୀ , ଆଗାମୀ ୨୪ ଘଣ୍ଟା ମଧ୍ୟରେ ଆଭ୍ୟନ୍ତରୀଣ ଓଡ଼ିଶାରେ ହାଲୁକାରୁ ମଧ୍ୟମଧରଣର ବର୍ଷା ହୋଇପାରେ। ବାକି ସ୍ଥାନଗୁଡ଼ିକରେ ମେଘୁଆ ପାଗ ରହିବା ସହ କେତେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା ୨ରୁ ୩ ଦିନ ଯାଏ ବର୍ଷା କମ୍‌ ରହିବ। ଏହାପରେ ଉପକୂଳ ଓଡ଼ିଶରେ ବର୍ଷା ପରିମାଣ ପୁଣିଥରେ ବଢ଼ିବାର ସମ୍ଭାବନା ରହିଛି।

Related posts

ଚଣ୍ଡିଖୋଲ ନିକଟସ୍ଥ ଗାନ୍ଧୀ ଛକ ରେ ସଡ଼କ ଦୁର୍ଘଟଣା , ଦୁଇ ଗୁରୁତର

mahabharatanews

ରାଜ୍ୟରେ ଆଜି ୧୭୯ ଜଣ କରୋନା ପଜିଟିଭ ଚିହ୍ନଟ

mahabharatanews

ବଢୁଛି ହାତୀ ମୃତ୍ୟୁ ସଂଖ୍ୟା ; ବିଦ୍ୟୁତ୍‌ ଫାଶରେ ଗଲା ଜୀବନ 

mahabharatanews