ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଯାଇଥିବା ଅଭିଯୋଗ ଗୁଡ଼ିକର ନିର୍ଦ୍ଧିଷ୍ଟ ସମୟସୀମା ଭିତରେ ସମାଧାନ ନକରିଵାରୁ କଟକର ୯୧ଜଣ ଅଧିକାରୀଙ୍କ ଦରମା ବନ୍ଦ ପାଇଁ ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠ ଚିଠି କରିଛନ୍ତି। ସେହି ଆଧାରରେ କଟକ ଜିଲ୍ଲାପାଳ ନିମ୍ନ ଲିଖିତ ଅଧିକାରୀ ମାନଙ୍କର ଦରମା ବନ୍ଦ ପାଇଁ ଟ୍ରେଜେରୀକୁ ଚିଠି ଲେଖିଛନ୍ତି।
ଅଧିକାରୀ ମାନଙ୍କ ଭିତରେ ଅଛନ୍ତି ସି ଏମ୍ ସି କମିଶନର, କଟକ ଡିସିପି , କଟକ ଗ୍ରାମାଞ୍ଚଳ ଏସ୍ ପି, କଟକ ଉପଜିଲ୍ଲାପାଳ, ଆଠଗଡ ଉପଜିଲ୍ଲାପାଳ, କଟକ ଆର ଟି ଓ କଟକ ସିଡ଼ି ଏମ୍ ଓ , କଟକ ଡି ଇ ଓ , ଅଵକାରୀ ଵିଭାଗ ସୁପରିଣ୍ଟେଡେଣ୍ଟ , ଟ୍ରାଫିକ ଆଇ ଆଇ ସି ଏବଂ ଅନ୍ୟ ଅଧିକାରୀମାନଙ୍କ ନାମ ମଧ୍ୟ ଅଛି ।ଆକ୍ସନ ମୋଡ ରେ କଟକ ଜିଲ୍ଲାପାଳ। ୯୧ ସରକାରୀ ଅଧିକାରୀଙ୍କ ଦରମା ବନ୍ଦ ନିର୍ଦ୍ଦେଶ। ଜନ ଶୁଣାଣିକୁ କାର୍ଯ୍ୟକାରୀ ନକରିବାରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ଜିଲ୍ଲାପାଳ। କଟକ ଜିଲ୍ଲାର ୯୧ ସରକାରୀ ଅଧିକାରୀଙ୍କ ଦରମା ବନ୍ଦ ନିର୍ଦ୍ଦେଶ।ଏହି ନିର୍ଦ୍ଦେଶ ଦେଲେ କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭଉସାହେବ ସିନ୍ଧେ।।ଦରମା ବନ୍ଦ ଅଧିକାରୀ ଙ୍କ ମଧ୍ୟରେ ବାଙ୍କୀ ଓ ଆଠଗଡ଼ ଉପଜିଲ୍ଲାପାଳ, କଟକ ସି ଡି ଏମ୍ ଓ କଟକ ଡି ସିପି,କଟକ ଆରଟିଓ , ଟାଙ୍ଗୀ ଚୌଦ୍ବାର ତହସିଲଦାର ମଧ୍ୟ ରହିଛନ୍ତି।
