ଓଡିଶା

କଣିହାରେ ଆକ୍ଟିଭ ମିଡିଆ ୟୁଥ କ୍ଲବ ପକ୍ଷରୁ ବନ୍ଧୁମିଳନ

କଣିହାଁ ବ୍ଲକସ୍ଥିତ ଆକ୍ଟିଭ ମିଡ଼ିଆ ୟୁଥ କ୍ଲବର ବାର୍ଷିକ ବିବରଣୀ ବୈଠକ ସମଲ ପଂଚାୟତ ଟିପୋ ଗ୍ରାମ ନିକଟସ୍ଥ ଚକ୍ରଶିଳା ଶୈବପୀଠ ପାହାଡ଼ ତଳ ଭାଗରେ ଏକ ବୈଠକ ଅନୁଷ୍ଠିତ ହୋଇଛି l  ଏହି ବୈଠକରେ  ଆକ୍ଟିଭ ମିଡ଼ିଆ ୟୁଥ କ୍ଲବର ନୂତନ ସଭାପତି ବିଜୟ କୁମାର ବେହେରା ଙ୍କ ଅଧକ୍ଷତା ବୈଠକ ଅନୁଷ୍ଠିତ ହୋଇଥିଲା l ଏହି ବୈଠକରେ ନୂତନ ଭାବେ ୫ଜଣ ନୂତନ ସଦସ୍ୟ ସଭ୍ୟ ହୋଇଥିଲେ, କୈଳାଶ ଚଦ୍ର ନାଏକ, ଅଜୟ ନାଏକ, ବଳରାମ ଷଣ୍ଢ, ଯୀଶୁକୃଷ୍ଣ ବିଶ୍ୱାଳ, ସର୍ବେସର ନାଏକ, ପ୍ରଦିପ କୁମାର ବେହେରା ସଦସ୍ୟ ହୋଇଥିବା ବେଳେ ଅନ୍ୟ କାର୍ଯ୍ୟରେ ସମ୍ପାଦକ ଉପସ୍ଥିତ ନଥିବା ବେଳେ ଆଜି ସମ୍ପାଦକ ଭାବେ ବଳଭଦ୍ର କୁମାର ନାଏକ ଗୋଟେ ଦିନ ପାଇଁ ଦାୟିତ୍ୱ ଗ୍ରହଣ କରିଥିଲେ l

ଏଥିରେ ସାମ୍ବାଦିକ ସଂଘର ବାର୍ଷିକ ଆୟବୟ ବିବରଣୀ ପାଠ କରିଥିଲେ ବଳଭଦ୍ର ନାଏକ l ଆଗାମୀ ଦିନରେ ଜନସାଧାରଣ ଙ୍କ ବିଭିନ୍ନ ସମସ୍ୟା ଓ ସରକାର ଙ୍କ ବିଫଳତା ସଫଳତା ର କାର୍ଯ୍ୟକ୍ରମ କୁ ପ୍ରିଣ୍ଟ ଓ ସୋସିଆଲ ମିଡ଼ିଆ ମଧ୍ୟରେ  ପ୍ରସାର ପ୍ରଚାର କରିବା କୁ ଗୁରୁତର ଭାବେ ନୂତନ ସଭାପତି ବିଜୟ ବେହେରା ପ୍ରକାଶ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ସୁବାସ ଚନ୍ଦ୍ର ପ୍ରଧାନ,ବଳଭଦ୍ର ନାଏକ,ଦୁଷ୍ମନ୍ତ ବେହେରା,ଅମର ସିଂ ଦେବ୍, ମନୋଜ କୁମାର ସାହୁ, ସୁନିଲ କୁମାର ପାଣି,ଚନ୍ଦନ କୁମାର ପାଣି,ବାବୁଲି କୁମାର ଖିଲାର,ଦୁଃଖବନ୍ଧୁ ବେହେରା, ଖଗେଶ୍ୱର ନାଏକ,ଭଜମନ ସାହୁ, ଅଶ୍ୱିନୀ କୁମାର ଦେବତା,ପ୍ରଦୀପ କୁମାର ବେହେରାଙ୍କ ସମେତ ସଦସ୍ୟ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ l ପରିଶେଷ ରେ ନୂତନ ସଭାପତି ଶ୍ରୀ ବେହେରା ସଂଘ ର ସମସ୍ତ ସଦସ୍ୟଙ୍କୁ ଧନ୍ୟବାଦ ଜଣାଇ ସଭା ସାଙ୍ଗ କରାଯାଇଥିଲା l

Related posts

ସଡକ ଦୁର୍ଘଟଣାରେ ଜଣେ ମୃତ

mahabharatanews

ମଦ ନେଲା ଜୀବନ

mahabharatanews

ଓଡ଼ିଶାରେ ସଚିନ ପାଇଲଟ

mahabharatanews