ଓଡିଶାପର୍ବ ପର୍ବାଣି

ବିଶ୍ଵଶାନ୍ତି ମହାଯଜ୍ଞ ସ୍ଥଳରେ ପହଞ୍ଚିଲେ ଉଗ ଙ୍କ ଧର୍ମପତ୍ନୀ

ବିଶ୍ଵଶାନ୍ତି ମହାଯଜ୍ଞ ସ୍ଥଳରେ ପହଞ୍ଚିଲେ CM ଙ୍କ ଧର୍ମପତ୍ନୀ , ପିପିଲି ବ୍ଲକ ଦାଣ୍ଡମୁକୁନ୍ଦପୁରରେ ଆଜି ଠାରୁ ଆରମ୍ଭ ହୋଇଛି ଭବ୍ୟ ବିଶ୍ୱଶାନ୍ତି ମହାଯଜ୍ଞ। ଯେଉଁଠାରେ ଭକ୍ତି ଓ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ଦେଖିବାକୁ ମିଳୁଛି । ଆଜିର ମୁଖ୍ୟ ଆକର୍ଷଣ ଥିଲା ପବିତ୍ର ଜଳ ଯାତ୍ରା। ଯେଉଁଠାରେ ହଜାର ହଜାର ମହିଳା ଓ ପୁରୁଷ ଶ୍ରଦ୍ଧାଳୁ ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଧର୍ମପତ୍ନୀ ମଧ୍ୟ ଯୋଗଦେଇ ମାଙ୍କ ପୀଠରେ ଆଶୀର୍ବାଦ ଲାଭ କରିଥିଲେ । ପିପିଲି ବ୍ଲକ ଦାଣ୍ଡମୁକୁନ୍ଦପୁରରେ ଆୟୋଜିତ ଏହି ବିଶ୍ୱଶାନ୍ତି ମହାଯଜ୍ଞକୁ ନେଇ ସମଗ୍ର ଅଞ୍ଚଳ ରେ ସୃଷ୍ଟି ହୋଇଛି ଭକ୍ତିମୟ ପରିବେଶ। ପବିତ୍ର ଜଳ ଶୋଭାଯାତ୍ରାରେ ହଜାର ହଜାର ମହିଳା ଓ ପୁରୁଷ ଶ୍ରଦ୍ଧାଳୁ ପାରମ୍ପରିକ ବେଶଭୂଷାରେ ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ଗୋପାଳ ଜୀଉ ବଡ଼ ପୋଖରୀରୁ ପବିତ୍ର ଜଳ ଉଠାଇ ଭକ୍ତମାନେ ବେଦ ମନ୍ତ୍ର ଓ ହରିନାମ ସଙ୍କୀର୍ତନ ମଧ୍ୟରେ ଯଜ୍ଞ ବେଦୀ ପର୍ଯ୍ୟନ୍ତ ପଦଯାତ୍ରା କରିଥିଲେ।ସମଗ୍ର ପରିବେଶ ଭକ୍ତି ଓ ଆଧ୍ୟାତ୍ମିକ ଶକ୍ତିରେ ମହିମାମୟ ହୋଇଯାଇଥିଲା। ଏହି ପବିତ୍ର ଅବସରରେ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ଧର୍ମପତ୍ନୀ ଯଜ୍ଞ ସ୍ଥଳରେ ପହଞ୍ଚି ମାଙ୍କ ପୀଠରେ ପୂଜାର୍ଚ୍ଚନା କରିଥିଲେ…

ସେ ଯଜ୍ଞ ବେଦୀ ପରିଦର୍ଶନ କରିବା ସହିତ ଆୟୋଜକ ଓ ପୁରୋହିତମାନଙ୍କ ସହିତ ଆଲୋଚନା କରିଥିଲେ। ଏବଂ ରାଜ୍ୟର ଶାନ୍ତି, ସମୃଦ୍ଧି ଓ ଲୋକଙ୍କ ମଙ୍ଗଳ ପାଇଁ ପ୍ରାର୍ଥନା କରିଥିଲ l ପିପିଲି ଦାଣ୍ଡମୁକୁନ୍ଦପୁରରେ ଆୟୋଜିତ ଏହି ବିଶ୍ୱଶାନ୍ତି ମହାଯଜ୍ଞ ଏବେ ସମଗ୍ର ଅଞ୍ଚଳରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଛି। ହଜାର ହଜାର ଶ୍ରଦ୍ଧାଳୁଙ୍କ ଜଳ ଶୋଭାଯାତ୍ରା ଓ ମୁଖ୍ୟମନ୍ତ୍ରୀଙ୍କ ଧର୍ମପତ୍ନୀଙ୍କ ପରିଦର୍ଶନ ଏହି ଯଜ୍ଞକୁ ଆହୁରି ଗୁରୁତ୍ୱପୂର୍ଣ୍ଣ କରିଦେଇଛି।

Related posts

ନାବାଳିକା ଝିଅର ଅଶ୍ଳୀଳ ଫଟୋ ଭାଇରାଲ

mahabharatanews

ଟିଏସକେ ଡ଼ବ୍ଲ୍ୟୁଇଏଫରେ ସମ୍ମାନିତ

mahabharatanews

ଗାଁ ଦାଣ୍ଡରୁ ପାଣି ନିଷ୍କାସନ ପାଇଁ ବିଡିଓଙ୍କୁ ଚିଠି ଲେଖିଲେ ଧାନନ୍ଦା ଗ୍ରାମବାସୀ

mahabharatanews