ଓଡିଶା

କମ୍ୟୁନିଟି ହଲ ନିର୍ମାଣରେ ଦୁର୍ନୀତି, ବିଡିଓଙ୍କ ଦ୍ୱାରସ୍ଥ ହେଲେ ଗ୍ରାମବାସୀ

(ଗୋଲାପ ସାହୁ/କଳାହାଣ୍ଡି): କମ୍ୟୁନିଟି ହଲ ନିର୍ମାଣ ପାଇଁ ମଞ୍ଜୁର ହୋଇଥିବା ଅର୍ଥ ହେରଫେରରେ ବ୍ଲକର କନିଷ୍ଠ ଯନ୍ତ୍ରୀଙ୍କ ହାତ ଥିବା ଅଭିଯୋଗ ହୋଇଛି । ଏଭଳି ଅଭିଯୋଗ କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଅନ୍ତର୍ଗତ ବଡକର୍ଲାକୋଟ ପଞ୍ଚାୟତ ଦାୟୀତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀଙ୍କ ବିରୁଦ୍ଧରେ ଆସିଛି। ସୂଚନା ଅନୁଯାୟୀ,ବଡକର୍ଲାକୋଟର ସୁଣ୍ଡିପଡା ଠାରେ ଦୀର୍ଘ ଦିନ ଧରି ଏକ କମ୍ୟୁନିଟି ହଲ ନିର୍ମାଣ ପାଇଁ ଦାବି ହୋଇ ଆସୁଥିଲା । ଏହାକୁ ଦୃଷ୍ଟିରେ ରଖି ଲାଞ୍ଜିଗଡ ବିଧାୟକ ଏଠାରେ ଏକ କମ୍ୟୁନିଟି ହଲ ନିର୍ମାଣ ପାଇଁ ଜୟପାଟଣା ବିଡିଓଙ୍କୁ ନିର୍ଦ୍ଦେଶ ଦେଇଥିଲେ । ପରେ ବ୍ଲକରୁ ୩ ଲକ୍ଷ ଟଙ୍କାରେ ଏକ କମ୍ୟୁନିଟି ହଲ ନିର୍ମାଣ ପାଇଁ ଅର୍ଥ ମଞ୍ଜୁର ହୋଇଥିଲା । ତେବେ ପରବର୍ତ୍ତୀ ସମୟରେ ଜୟପାଟଣା ବ୍ଲକ କନିଷ୍ଠ ଯନ୍ତ୍ରୀ ମିତାଞ୍ଜଳୀ ଦାସ ନିଜସ୍ୱ କେତେକ ଲୋକଙ୍କୁ ଧରି କେବଳ ୧୦ଟି ନିମ୍ନମାନର ପିଲାର ନିର୍ମାଣ କରି ପ୍ରକଳ୍ପ କାମ ସାରି ଦେଇଥିଲେ । ତେବେ କମ୍ୟୁନିଟି ହଲ ନିର୍ମାଣ ନହେବାରୁ ଏ ବାବଦରେ କନିଷ୍ଠ ଯନ୍ତ୍ରୀଙ୍କୁ ଗ୍ରାମବାସୀମାନେ ବାରମ୍ବାର ପଚାରିଥିଲେ । କିନ୍ତୁ ସେ କୌଣସି ସନ୍ତୋଷମୁଳକ ଉତ୍ତର ଦେଇ ପାରିନଥିଲେ । ଫଳରେ ଏବେ ଗ୍ରାମବାସୀମାନେ ଜୟପାଟଣା ବ୍ଲକ ବିଡିଓଙ୍କ ଠାରେ ଦ୍ୱାରସ୍ଥ ହୋଇଛନ୍ତି ।

Related posts

ଡିହୋଡଲ ଛକରେ ଟ୍ରଲର ଗାଡିକୁ ଅଟକ ରଖିଲେ ଗ୍ରାମବାସୀ

mahabharatanews

ବାଲୁକା କଳା ମାଧ୍ୟମରେ ବୀର ସହିଦ ଯବାନଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି

mahabharatanews

ରାଜ୍ୟରେ ଆଉ ୭ ଜଣଙ୍କ କରୋନାରେ ମୃତ୍ୟୁ ପରେ ମୋଟ ସଂଖ୍ୟା ୧୫୪

mahabharatanews