ଓଡିଶାରାଜନୀତି

ନୂଆପଡା ଉପନିର୍ବାଚନରେ ବିଜେପିର ପ୍ରଦର୍ଶନକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ

ନୂଆପଡା:- ନୂଆପଡା ଉପନିର୍ବାଚନରେ ବିଜେପିର ପ୍ରଦର୍ଶନକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ। ସେ କହିଛନ୍ତି ବିଜେପି ପଇସା ଦେଇ ଭୋଟ୍ କିଣିଛି। ପଇସା ପାଇଁ ବିଜେପି ଆଗରେ ରହିଛି। ଭୋଟରମାନେ ଟଙ୍କାରେ କିଣି ହୋଇଗଲେ, ମାଟିର ପୁଅକୁ ଚିହ୍ନିଲେନି। କେନ୍ଦ୍ରୀୟ ନେତାଙ୍କ ସାହାର୍ଯ୍ୟ, ସମର୍ଥନ ମିଳିଲାନି। ଆବ୍ରାହମ୍‌ ଲିଙ୍କନ ୯ ଥର ହାରିଥିଲେ , ମୁଁ ୬ଥର ହାରିଛି। ଆଉ ୩ଥର ନିର୍ବାଚନ ଲଢିବି।

୨୨ ରାଉଣ୍ଡ ସୁଦ୍ଧା ୭୩୨୩୯ ଭୋଟ୍‌ରେ ଆଗୁଆ ରହିଛି ବିଜେପି । ୨୨ ରାଉଣ୍ଡ ସୁଦ୍ଧା ଢୋଲକିଆଙ୍କୁ ୧୦,୮୨୪୦  ଭୋଟ୍ ମିଳିଛି । ଦ୍ୱିତୀୟ ସ୍ଥାନରେ ଘାସିରାମଙ୍କୁ ୩୫,୧୦୧ ଭୋଟ୍ ଓ ତୃତୀୟ ସ୍ଥାନରେ ସ୍ନେହାଙ୍ଗିନୀଙ୍କୁ ୩୩,୦୮୮ ଭୋଟ୍ ରେ ରହିଛନ୍ତି ।

Related posts

ଆଜି ଶପଥ ନେବେ ନୂଆ ରାଜ୍ୟପାଳ ରଘୁବର ଦାସ 

mahabharatanews

ଅଧୀରଙ୍କ ମନ୍ତବ୍ୟ ନେଇ ସଂସଦରେ ହଙ୍ଗାମା

mahabharatanews

ଶରତଙ୍କ ପରେ କିଏ? ନେତୃତ୍ବ ବଦଳିଲେ ବଦଳିବ କି କଂଗ୍ରେସ ଭାଗ୍ୟ?

mahabharatanews