ଓଡିଶା

ଶେଷ ପର୍ଯ୍ୟାୟରେ ରଥ ନିର୍ମାଣ

ମହାପ୍ରଭୁ ରଥଯାତ୍ରା ପାଇଁ ରଥ ନିର୍ମାଣ ଏବେ ଶେଷ ପର୍ୟ୍ୟାୟରେ । ତିନି ରଥରେ ମହାରଣା ସେବକ ମାନେ ହଂସ ପଟା ଲଗାଉଛନ୍ତି। ସେହିପରି ଠେକେରା ବାଡ ମଧ୍ୟ ଲଗାଯଉଛି। କୋଣ ଗୁଜ ଗୁଡିକ ରଙ୍ଗ କାର୍ୟ୍ୟ ଜାରି ରହିଛି। ତିନିରଥର ଦୁଆର ବେଢ଼ାକୁ ବାନ୍ଧି ରଖିବାପାଇଁ ଗୋଟିଏ ଲେଖାଁଏ ‘ଧିଜବତା’ ଦୁଆର ବେଢ଼ା ଚନ୍ଦ୍ରଶାଳି କାପରେ ସେଟିଙ୍ଗ କରାଯାଇ ମଝି ଭୂଇଁ ଛ’ କାଠି ରେ ଫିଟିଙ୍ଗ କରାଯାଇଛି।ଏଥିସହ ତିନିରଥରେ କଣି ଫାଉଡା, ଧୂଳିଦଣ୍ଡା, ହାତୀ ଆଳମାଳ ଲଗାଯାଇଛି ।


ଭୋଇ ସର୍ଦାର ତଥା ତିନିତଥର ମୁଖ୍ୟ ଭୋଇ ସେବକ ମାନଙ୍କ ସହଯୋଗରେ ଭୋଇ ସେବକ ଏବଂ ତିନି ମୁଖ୍ୟ ମହାରଣାଙ୍କ ନିର୍ଦେଶରେ ଭୋଇ ସେବକ ମାନେ କଳଶ , ଓଲଟ ଶୁଆ ଏବଂ ଅଁଳା କୁ ରଥ ଉପର ପୋଟଳ ଖପୁରୀ ମଧ୍ୟ ଭାଗରେ ରଖି ତିନିରଥ ରେ ସଂସ୍ଥାପନ କରିଛନ୍ତି। ତିନି ରଥରେ ଲାଗିଥିବା କଳଶ ଓ ଓଲଟ ଶୁଆ କୁ ସୁଦୃଢ଼ ରଖିବା ପାଇଁ କଳଶ ବାଗିଆ କଣ୍ଟା ଏବଂ ସାଢ଼େ ଚାରି ଫୁଟର ତିନୋଟି ଲେଖାଁଏ ‘ନାରାଜ’ କଣ୍ଟା ବାଡେଇ ଓଲଟ ଶୁଆ ଫିଟିଙ୍ଗ କରାଯାଇଛି।

ଅଁଳା ଉପରେ ପିତଳ କଳଶ ସଂସ୍ଥାପନ ବାକି ରହିଛି।ଏଥିସହ ଦୁଆରବେଢ଼ାକୁ ବାନ୍ଧି ରଖିବାପାଇଁ ପ୍ରତି ନାଟଗୋଡ଼ ରେ ଦୁଇ ପାର୍ଶ୍ଵରେ ଦୁଇଟି ଲେଖାଁଏ ‘ଦୁଆର ବାଣିଆ’ ଚଉଦ ବାହାକା ସହ ଫିଟିଙ୍ଗ କରାଯାଇଛି।ଚିତ୍ର କାର୍ୟ୍ୟ ଶେଷ ହୋଇଥିବା ‘କନ୍ୟାପଟା’ ଗୁଡିକୁ ମହାରଣା ସେବକ ମାନେ ତିନିରଥରେ ଫିଟିଙ୍ଗ କରିଛନ୍ତି। ତାଳଧ୍ୱଜ ରଥ ଏବଂ ନନ୍ଦିଘୋଷ ରଥରେ ୧୨ ଲେଖାଁଏ ଏବଂ ଦର୍ପଦଳନ ରଥରେ ୮ ଟି କନ୍ୟା ପଟା ଫିଟିଙ୍ଗ ହୋଇଛି।
ରୂପକାର ସେବକ ମାନେ ତିନିରଥର ଗୋଟିଏ ଲେଖାଁଏ ଘୋଡା ଜୁଆଳି, ଦୁଇଟି ଲେଖାଁଏ ଆଶା ବାଡ଼ି ଏବଂ ତାଳଧ୍ୱଜ ରଥ, ନନ୍ଦିଘୋଷ ରଥ ସାରଥିଙ୍କ ‘କିରଣ’ ନିର୍ମାଣ ଶେଷ କରି କିରଣରେ ପଦ୍ମ ପାଖୁଡା ଖିଦେଇ କାର୍ୟ୍ୟ ମଧ୍ୟ ଶେଷ କରିଛନ୍ତି।

ଦୋଳବେଦୀ କମାର ଶାଳରେ ଓଝା ସେବକ ମାନେ ତିନିରଥର କଳଶ ଫିଟିଙ୍ଗ ପାଇଁ କଳଶ ବାଗିଆ କଣ୍ଟା ଏବଂ ଓଲଟ ଶୁଆ ଫିଟିଙ୍ଗ ପାଇଁ ନାରାଜ କଣ୍ଟା ଯୋଗାଇଛନ୍ତି। ରଥରେ ଘୋଡା ଫିଟିଙ୍ଗ ପାଇଁ ଘୋଡା ବାଗିଆ କଣ୍ଟା ଏବଂ ପ୍ରଭା କଣ୍ଟା ନିର୍ମାଣ କରୁଛନ୍ତି।ଚିତ୍ରକାର ସେବକ ମାନେ ବାକି ରହିଥିବା ରଥ ବାହ୍ୟ ଅଂଶରେ ରଙ୍ଗ କରିବା ସହ, ପ୍ରଭା ଏବଂ ତିନିରଥ ଘୋଡାରେ ରଙ୍ଗ କାର୍ୟ୍ୟ ଜାରୀରଖିଛନ୍ତ।ଦରଜି ସେବକ ମାନେ ତିନି ରଥର କନାରେ ଜାରି ଜମ୍ବୁରା, ଲେସ କାର୍ୟ୍ୟ ସଂପୂର୍ଣ୍ଣ କରି ରଥରେ କନା ପଡିବା ପାଇଁ କନା ଯୋଡ଼ା କାମ କରୁଛନ୍ତି।

Related posts

ଘର ଆଗରେ ମିଳିବ ପ୍ରାଣୀ ଚିକିତ୍ସା, ଶୁଭାରମ୍ଭ କଲେ ମାନ୍ୟବର ମୁଖ୍ୟମନ୍ତ୍ରୀ

mahabharatanews

ଉଦଳା ରେ ମୁନି ସମାଜ ର ପକ୍ଷରୁ ଅଧିବେଶନ

mahabharatanews

ଉଠା ଦୋକାନୀଙ୍କୁ ସହାୟତାର ହାତ ବଢାଇଲେ ବିଜେପି ନେତା

mahabharatanews