ଓଡିଶା

ଉଠା ଦୋକାନୀଙ୍କୁ ସହାୟତାର ହାତ ବଢାଇଲେ ବିଜେପି ନେତା

(ବରୀ, ଯାଜପୁର): ଯାଜପୁର ଜିଲ୍ଲା ବରୀ ବ୍ଲକରେ କରୋନା ମହାମାରୀ ସଂକ୍ରମଣ ସମୟରେ ଲକ ଡାଉନ ଯୋଗୁ ଆଜକୁ ପ୍ରାୟ ଦୁଇ ମାସ ହେଲା ବରୀ ବଜାରରେ ଉଠା ଦୋକାନ କରି ପରିବାର ପୋଷଣ କରୁଥିବା ସମସ୍ତ ଦୋକାନ ବନ୍ଦ ରହିବା ଫଳରେ ବରୀ ମାଉଣ୍ଡ ବଜାରରେ ଉଠା ଦୋକାନ କରି ନିଜ ପରିବାର ପ୍ରତିପୋଷଣ କରୁଥିବା ୫୦ରୁ ଉର୍ଦ୍ଧ୍ୱ ପରିବାର ନାହିଁ ନଥିବା ହଇରାଣ ହରକତ ହେଉଛନ୍ତି । ଏବେ ପୁଣି ସରକାରଙ୍କ ନିୟମ ବଦଳିବା ପରେ ଦିନରେ କିଛି ସମୟ ପାଇଁ ଦୋକାନ ଖୋଲିବାର ଅନୁମତି ମିଳିଥିଲେ ମଧ୍ୟ ବଜାରକୁ କମ ସଂଖ୍ୟକ ଗ୍ରାହକ ଆସୁଥିବାରୁ ବ୍ୟବସାୟ ମାନ୍ଦା ହେଉଥିବା ବେଳେ ଏହି ଅସହାୟ ସମୟରେ ଗରିବ ଉଠା ଦୋକାନୀମାନଙ୍କୁ ସହାୟତାର ହାତ ବଢାଇଛନ୍ତି ବରୀ ବିଜେପି ନେତା ବିଶ୍ୱରଞ୍ଜନ ମଲ୍ଲିକ । ଆଜି ଅପରାହ୍ନରେ ବରୀ ମାଉଣ୍ଡ ସ୍ଥିତ ଶକ୍ତି ପୀଠ ଠାରେ ବରୀର ଉଠା ଦୋକାନୀମାନଙ୍କୁ ବିଶ୍ବରଂଜନ ମଲ୍ଲିକଙ୍କ ଉପସ୍ଥିତିରେ ବରୀ ବ୍ଲକ ଅଧ୍ୟକ୍ଷା ସୁବାସିନୀ ଶର୍ମା, ଉପାଧ୍ୟକ୍ଷ ରମେଶ ଚନ୍ଦ୍ର ଭଞ୍ଜ, ରମ୍ପା ସରପଞ୍ଚ ବିଜୟ କୁମାର ସାହାଣୀ, ରଂପା ସମିତି ସଭ୍ୟ ପ୍ରଣବ କୁମାର ଦାସ ପ୍ରମୁଖଙ୍କ ଉପସ୍ଥିତିରେ ୬୦ ଜଣ ଦୋକାନୀଙ୍କୁ ଖାଦ୍ୟ ପୁଡିଆ ପ୍ରଦାନ କରିଥିଲେ । ଏହି ସମୟରେ ବିଶ୍ୱରଞ୍ଜନ ସମସ୍ତ ବ୍ୟବସାୟୀ ଭାଇମାନେ କରୋନା ପାଇଁ କଷ୍ଟ ପାଇଥିବାରୁ ଦୁଃଖ ପ୍ରକାଶ କରିବା ସହିତ ଭଗବାନଙ୍କ ଆଶିର୍ବାଦରୁ କରୋନା ଦୁରେଇ ଯାଉ ଓ ଆପଣମାନେ ଖୁସିରେ ରହୁନ୍ତୁ ବୋଲି କାମନା କରିବା ସହ ସାମାଜିକ ଦୂରତା ଏବଂ ମାସ୍କ ବ୍ୟବହାରକୁ ଗୁରୁତ୍ବ ଦେବାକୁ ଅନୁରୋଧ କରିଥିଲେ। ବିଶ୍ୱରଞ୍ଜନଙ୍କ ଏହି ମହାମାରୀ ସମୟରେ ସହାୟତାକୁ ବ୍ୟବସାୟୀମାନେ ଧନ୍ୟବାଦ ଦେଇଥିଲେ ।

Related posts

ଶ୍ରୀମନ୍ଦିରରେ ଠେଲାପେଲା , ବହୁ ସଂଖ୍ୟାରେ ହବିଷ୍ୟାଳୀ ଆହତ

mahabharatanews

ପିପିଲିରେ ଓଲଟିଲା ବସ, ଭୁବନେଶ୍ୱରରୁ କାକଟପୁର ଯାଉଥିଲା

mahabharatanews

ମହାନଦୀରେ ବନ୍ୟା ଆଶଙ୍କା ; ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ବିଜୟ ମିଶ୍ରଙ୍କ ସୂଚନା

mahabharatanews