ଭାରତ

ଗେରୁଆ ରଙ୍ଗରେ ଦୂରଦର୍ଶନ ଲୋଗୋ

(ଦିଲ୍ଲୀ) : ଜାତୀୟ ପ୍ରସାରଣ ସଂସ୍ଥା ଦୂରଦର୍ଶନ ଏହାର ଐତିହାସିକ ଲୋଗୋର ରଙ୍ଗ ଲାଲରୁ ଗେରୁଆକୁ ପରିବର୍ତ୍ତନ କରିଛି। ଡିଡି ନ୍ୟୁଜ୍‌ର ଅଫିସିଆଲ ଏକ୍ସ ହ୍ୟାଣ୍ଡେଲ ଜରିଆରେ ଏହି ଘୋଷଣା କରାଯାଇଛି, ଯେଉଁଥିରେ ଏକ ପୋଷ୍ଟରେ କୁହାଯାଇଛି, ‘ଆମର ମୂଲ୍ୟବୋଧ ସମାନ ରହିଥିଲେ ମଧ୍ୟ ଆମେ ଏବେ ଏକ ନୂଆ ଅବତାରରେ ଉପଲବ୍ଧ ଅଛୁ। … ନୂଆ ଡିଡି ନ୍ୟୁଜ୍‌କୁ ଅନୁଭବ କରନ୍ତୁ!’ ତେବେ ଏହି ପରିବର୍ତ୍ତନକୁ ନେଇ ବିରୋଧୀମାନେ ଲାଲ୍ ହୋଇଯାଇଛନ୍ତି।

ଏବେ ସରକାର ମୂଳ ଲୋଗୋକୁ ପୁନଃପ୍ରଚଳନ କରୁଥିବାରୁ କଂଗ୍ରେସ ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିବା ଏହାର ହତଶାକୁ ପ୍ରମାଣିତ କରୁଛି। ସେ ଏକ୍ସରେ ଲେଖିଛନ୍ତି, ଏହା ସ୍ପଷ୍ଟ ଯେ ସେମାନେ ଗେରୁଆ ଓ ହିନ୍ଦୁମାନଙ୍କୁ ଘୃଣା କରନ୍ତି। ପ୍ରସାର ଭାରତୀର ସିଇଓ ଗୌରବ ଦ୍ୱିବେଦୀ ସ୍ପଷ୍ଟୀକରଣ ଦେଇ କହିଛନ୍ତି ଯେ ନୂଆ ଲୋଗୋ ଏକ ଆକର୍ଷଣୀୟ କମଳା ରଙ୍ଗ। ଏହା ଲୋଗୋର ସୌନ୍ଦର୍ଯ୍ୟ ବଢ଼ାଇଛି। ଏହାର ରଙ୍ଗ କମଳା, ଗେରୁଆ ନୁହେଁ ବୋଲି ସେ ଦୃଢ଼ୋକ୍ତି କରିଛନ୍ତି।

Related posts

କୋର୍ଟରେ ହାଜର ହେବାକୁ ବାବା ରାମଦେବଙ୍କୁ ନିର୍ଦ୍ଦେଶ

mahabharatanews

ବଙ୍ଗଳା ଖାଲି କଲେ ମହୁଆ 

mahabharatanews

ଆଜିଠୁ ସୁପ୍ରିମକୋର୍ଟଙ୍କ ଶୁଣାଣିର ହେବ ଲାଇଭ ଷ୍ଟ୍ରିମିଂ

mahabharatanews