(ମଧୁସୂଦନ ବହିଦାର/ବଲାଙ୍ଗୀର): ରାଜ୍ୟରେ କରୋନା ସଂକ୍ରମଣ ବ୍ୟାପୁଥିବା ବେଳେ ସେହି ଅନୁପାତରେ ଆକ୍ରାନ୍ତମାନେ ସୁସ୍ଥ ହେଉଥିବା ଦେଖିବାକୁ ମିଳୁଛି । ବଲାଙ୍ଗୀର ଜିଲ୍ଲାରେ କରୋନାକୁ ହରାଇଛନ୍ତି ଜଣେ କ୍ୟାନ୍ସର ରୋଗୀଙ୍କ ସମେତ ତାଙ୍କ ସ୍ତ୍ରୀ ଓ ତିନି ଝିଅ । କ୍ୟାନ୍ସର ରୋଗୀ ଜଣକ କଟକ କ୍ୟାନ୍ସର ହସ୍ପିଟାଲରେ ଚିକିତ୍ସିତ ହୋଉଥିଲେ । ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ସେ କରୋନା ସଂକ୍ରମିତ ହୋଇଥିଲେ । ପରେ ତାଙ୍କ ସ୍ତ୍ରୀ ଓ ତିନି ଝିଅ ସଂକ୍ରମିତ ହୋଇଥିଲେ । ତେବେ କ୍ୟାନ୍ସର ରୋଗ ସହ କରୋନାରେ ଆକ୍ରାନ୍ତ ହେବା ପରେ ପରିବାରର ସମସ୍ତେ କରୋନା ଚିହ୍ନଟ ହେବା ପରେ ସମସ୍ତେ ମାନସିକ ଭାବେ ଭାଙ୍ଗି ପଡ଼ିଥିଲେ । କୋଭିଡ଼ ହସ୍ପିଟାଲରେ ଚିକିତ୍ସିତ ପରେ ସମସ୍ତ ପରିବାର ସଦସ୍ୟ ଏବେ କରୋନାକୁ ମାତ ଦେଇ ସୁସ୍ଥ ହୋଇଛନ୍ତି । ଆଜି କ୍ୟାନ୍ସର ରୋଗୀ ଓ ତାଙ୍କ ପରିବାର କୋଭିଡ ହସ୍ପିଟାଲରୁ ଘରକୁ ଫେରିଛନ୍ତି । ସୁସ୍ଥ ହେବାପରେ ଉକ୍ତ କ୍ୟାନ୍ସର ରୋଗୀ ଓ ପରିବାର ଲୋକେ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନକୁ ଧନ୍ୟବାଦ ଦେଇଛନ୍ତି । ଏନେଇ ବଲାଙ୍ଗୀର ଜିଲ୍ଲାପାଳ ଅରିନ୍ଦମ ଡାକୁଆ ଟ୍ୱିଟରରେ ଫଟୋ ଓ ଭିଡିଓ ସେୟାର କରିଛନ୍ତି ।
previous post
