ଓଡିଶା

ଖଳାରେ ଗୟଳ ଲାଗି ସମ୍ପନ୍ନ

ପୁରୀ: ମହାପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା ଯେତିକି ପାଖେଇ ଆସୁଛି, ସେତିକି ଜୋରସୋରେ ଚାଲିଛି ରଥ ନିର୍ମାଣ କାମ । ଆଜି ରୀତିନୀତିରେ ୩ ରଥରେ ଗୟଳ ପ୍ରସ୍ତୁତି କାର୍ଯ୍ୟ ଶେଷ ହୋଇଛି । ୩ ରଥ ପାଇଁ ବଡ ପୋହଳ ଗୟଳ ଚିରଟ ହୋଇ ଚଉପଟ ପାଇଁ ରଥ ଖଳାକୁ ଆସି ଚଉପଟ କାର୍ଯ୍ୟ ଚାଲୁ ରହିଛି । ତିନି ରଥର ମହାରଣା ଗୟଳ କରତରେ କାଟି ରଥ ଖଳାକୁ ନେଇଥିବା ଦେଖିବାକୁ ମିଳିଛି । ରୀତି ଅନୁଯାୟୀ ଦେବଦଳନ ରଥରେ ମୋଟ ୮ଟି ଗୟଳ, ତାଳଧ୍ୱଜରେ ମୋଟ ୧୨ଟି ଗୟଳ ଓ ନନ୍ଦିଘୋଷ ରଥରେ ୧୨ଟି ଗୟଳ ଲାଗିହୋଇଥାଏ । ସେହିପରି ରୂପକାର ସେବକଙ୍କ ଦ୍ୱାରା ନାଟଗୋଡରେ ରାହୁ ମୂର୍ତ୍ତି ଖୋଦନ କାର୍ଯ୍ୟ ଜାରି ରହିଛି । ଆସନ୍ତା କାଲି ରଥ ଖଳାରେ ଚକାଡେରୀ କାର୍ଯ୍ୟ ହେବ ।
ଆଜି ସକାଳେ ରଥ ଖଳାରେ କାମ ଆରମ୍ଭ ପୂର୍ବରୁ ରଥ ନିର୍ମାଣରେ ସମ୍ପୃକ୍ତ ସେବକଙ୍କ ଥର୍ମାଲ ସ୍କିନିଂ କରାଯାଇଥିଲା । ସମସ୍ତ ସେବକ ସୁସ୍ଥ ଥିବା ଜଣାଯାଇଛି । ଆଜି ମନ୍ଦିର କାର୍ଯ୍ୟାଳୟଠାରେ ଗରାବଡୁ ସେବକମାନଙ୍କ କୋଭିଡ ୧୯ ପରୀକ୍ଷ।। ହୋଇଛି । ୭୦ ଜଣ ସେବକଙ୍କ ସ୍ୱାବ ସଂଗ୍ରହ ହୋଇ ପରୀକ୍ଷା ପାଇଁ ପଠାଯାଇଛି ।

Related posts

ବାଲୁକା କଳା ମାଧ୍ୟମରେ ଦେଶବାସୀଙ୍କୁ ସ୍ୱାଧୀନତା ଦିବସର ଅଭିନନ୍ଦନ

mahabharatanews

ବିଧାନସଭାରେ ଯାତ୍ରା ପେଣ୍ଡାଲର ଦୃଶ୍ୟକୁ ନେଇ ଚର୍ଚ୍ଚା : ଉଦବେଗ ପ୍ରକାଶ କଲେ ବାବୁ ସିଂ

mahabharatanews

ବାଲୁକା କଳାରେ ପବିତ୍ର ମହାଶିବରାତ୍ରୀ 

mahabharatanews