ଓଡିଶା

ରାଜ୍ୟରେ ଆଉ ଜଣଙ୍କ କରୋନାରେ ମୃତ୍ୟୁ

ଭୁବନେଶ୍ୱର: ରାଜ୍ୟରେ କରୋନା ମୃତ୍ୟୁ ୧୫କୁ ବୃଦ୍ଧି ପାଇଛି । ୨ ଦିନରେ ରାଜ୍ୟରେ ୩ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି । ଗତକାଲି ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆଜି ପୁଣି ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ଜଣକ ଗଞ୍ଜମ ଜିଲ୍ଲାର ।
ଗଞ୍ଜାମର ୪୬ ବର୍ଷୀୟ ଯୁବକ ସଂକ୍ରମିତ ହୋଇ କୋଭିଡ୍‌ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ତାଙ୍କର ଆଜି ମୃତ୍ୟୁ ହୋଇଥିବା ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। ଫଳରେ ରାଜ୍ୟରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ବର୍ତ୍ତମାନ ୧୫ ହୋଇଛି । ଏହାକୁ ମିଶାଇ ଗଞ୍ଜାମ ଜିଲ୍ଲାରେ କରୋନା ମୃତ୍ୟୁ ୮କୁ ବୃଦ୍ଧି ପାଇଛି । ଭୁବନେଶ୍ୱରରେ ୩, ଖୋର୍ଦ୍ଧା, କଟକ, ପୁରୀ, ବରଗଡରେ ଜଣେ ଲେଖାଏଁ ମୃତ୍ୟୁବରଣ କରିଛନ୍ତି । ଏପ୍ରିଲରେ ରାଜ୍ୟରେ କରୋନାରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ମେରେ ୫ ଜଣଙ୍କ ଓ ଜୁନରେ ୯ ଜଣଙ୍କ ମୃତ୍ୟୁ ହେଲାଣି।

Related posts

ଉଦଯାପିତ ହୋଇଯାଇଛି କପ୍ତିପଦା ମହୋତ୍ସବ

mahabharatanews

ଜମୁଛି ଉଦଳା ସରସ୍ୱତୀ ମେଳା

mahabharatanews

ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କ ନିଆରା ନୂଆବର୍ଷ

mahabharatanews