ଓଡିଶା

ସ୍କୁଲରେ କୋରୋନା ଭୟ

ଫୁଲବାଣୀ: ସ୍କୁଲ ଖୋଲିବାର ମାତ୍ର କେଇଟା ଦିନରେ କୋରୋନାରେ ଆକ୍ରାନ୍ତ ହୋଇଛନ୍ତି ଛାତ୍ରଛାତ୍ରୀ । ଫଳରେ ପୁଣି ଚିନ୍ତାରେ ପଡିଛନ୍ତି ପ୍ରଶାସନ । ଏହାପରେ ହାଇସ୍କୁଲକୁ ସାନିଟାଇଜ କରିବା ସହ ଏହାକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି । ଏ ଘଟଣା ହେଉଛି ଫୁଲବାଣୀ ଜିଲ୍ଲାର ଦାରିଙ୍ଗବାଡି ଅଞ୍ଚଳର ।
ଦାରିଙ୍ଗବାଡି ଆଶ୍ରମ ହାଇସ୍କୁଲର ଜଣେ ଦଶମ ଶ୍ରେଣୀ କୋରୋନା ସଂକ୍ରମିତ ହୋଇଛନ୍ତି । ଏହା ଫଳରେ ସ୍କୁଲ ସହ ଜଡିତ ସମସ୍ତଙ୍କୁ ଆଇସୋଲେସନରେ ରଖାଯିବା ସହ ସେମାନଙ୍କ ସ୍ୱାସ୍ଥାବସ୍ଥା ଉପରେ ନଜର ରହିଛି । ତେବେ ଅନ୍ୟ ସମସ୍ତ ପିଲା ସୁସ୍ଥ ଅଛନ୍ତି ବୋଲି କହିଛନ୍ତି ହାଇସ୍କୁଲର ପ୍ରଧାନଶିକ୍ଷକ ମୁକେଶ ଦୁଗଲ । ଏ ଘଟଣା ପରେ ଛାତ୍ରଛାତ୍ରୀ ଏବଂ ଅଭିଭାବକଙ୍କ ମନରେ ଚିନ୍ତାର ବିଷୟ ପାଲଟିଛି । ଏଥିସହ ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ସ୍କୁଲକୁ ଛୁଟି ଘୋଷଣା ହୋଇଛି ।

Related posts

ପ୍ରବଳ ବର୍ଷା  ସମ୍ଭାବନା;୧୭ ଜିଲ୍ଲାକୁ ଓ୍ଵାର୍ଣ୍ଣିଂ ଜାରି 

mahabharatanews

ସର୍ଟ ସର୍କିଟରୁ ନିଆଁ ଲାଗି ଛାତ୍ରୀ ମୃତ

mahabharatanews

ପାଣୀ ଟାଙ୍କି ଉପରକୁ ଚଢିଗଲା ପ୍ରେମିକ ପ୍ରବର, ପ୍ରେମିକାକୁ କଲା ଭିଡିଓ କଲ୍

mahabharatanews