ଓଡିଶା

ସର୍ଟ ସର୍କିଟରୁ ନିଆଁ ଲାଗି ଛାତ୍ରୀ ମୃତ

(ମହାଭାରତ, ଭବାନୀପାଟଣା): କଳାହାଣ୍ଡି ଜିଲ୍ଲା ମୁଖୀଗୁଡା ଅଞ୍ଚଳରେ ଗତ ବୁଧବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି । ଏଠାରେ ଜଣେ ଛାତ୍ରୀ ବିଦ୍ୟୁତ ସର୍ଟ ସର୍କିଟ୍ରୁ ଲାଗିଥିବା ନିଆଁରେ ପ୍ରାଣ ହରାଇଥିବା ଜଣାପଡିଛି । ମୃତ ଛାତ୍ରୀ ଜଣକ ସ୍ଥାନୀୟ ଏକ କଲେଜର +୨ଛାତ୍ରୀ ନାଗେଶ୍ୱର ଜାନି ବୋଲି ଜଣାଯାଇଛି । ସୂଚନା ଅନୁଯାୟୀ, ଛାତ୍ରୀ ଜଣକ ଘରେ ରୋଷେଇ କରୁଥିବା ବେଳେ ଏକ ବିଦ୍ୟୁତ ତାର ସର୍ଟ ସର୍କିଟ ହୋଇଥିଲା । ପରେ ଏଥିରୁ ନିଆଁ ବାହାରି ଛାତ୍ରୀଙ୍କ ଦେହରେ ଲାଗିଥିଲା । ଫଳରେ ସେ ଘଟଣାସ୍ଥଳରେ ପ୍ରାଣ ହରାଇଥିଲେ । ପରେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାତ୍ରୀଙ୍କ ମୃତଦେହ ଜବତ କରିଥିଲା । ଶବ ବ୍ୟବଚ୍ଛେଦ ପାଇଁ ମୃତଦେହକୁ ପଠାଇବା ପରେ ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି ।

Related posts

କଟକରେ ଭସାଣ ବେଳେ ଯାନବହାନ ଚଳାଚଳ ଉପରେ ବାରଣ

mahabharatanews

ନୟାଗଡ ଜିଲ୍ଲାରେ ଭକ୍ତି ଓ ନିଷ୍ଠା ସହ ପାଳିତ ହୋଇଯାଇଛି ଉଦଣ୍ଡ ଯାତ୍ରା

mahabharatanews

କର୍ଣ୍ଣାଟକରେ ଅଟକିଥିବା ୭୦ ଶ୍ରମିକଙ୍କ ରାଜ୍ୟ ସରକାରକୁ ନିବେଦନ

mahabharatanews