ଓଡିଶା

ଅଙ୍ଗନୱାଡି କେନ୍ଦ୍ରରେ କରୋନା ସଚେତନତା କାର୍ଯ୍ୟକ୍ରମ

(ଜୟନ୍ତ କୁମାର ସେଠୀ/ଡେଲାଙ୍ଗ): ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଳକ ଅନ୍ତର୍ଗତ ଓଡତରାବୋଇ ଅଙ୍ଗନୱାଡି କେନ୍ଦ୍ରରେ ଟୀକାକରଣ ଦିବସ ଅବସରରେ ଜାଗୃତି ଓ ଲିପ୍ସା ଏଜୁକେଶନାଲ ଟ୍ରଷ୍ଟ ପକ୍ଷରୁ କରୋନା ସଚେତନତା କାଯ୍ର୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହି ଅବସରରେ ମାସ୍କ ବଣ୍ଟନ ମଧ୍ୟ କରାଯାଇଛି । ମହିଳାମାନେ ନିଜର ଯତ୍ନ ନେବା ସହ ନବଜାତ ଶିଶୁକୁ କିଭଳି ମହାମାରୀ କରୋନା ଠାରୁ ଦୂରେଇ ରଖିବେ ସେ ନେଇ ସଚେତନ କରାଯାଇଥିଲା । କାମ ନ ଥିଲେ ଘରୁ ବାହାରକୁ ନ ବାହାରିବା, ଘରୁ ବାହାରକୁ ବାହାରିଲେ ମୁହଁରେ ନିଶ୍ଚିତ ମାସ୍କ ପିନ୍ଧିବା ଓ ଗହଳି ହୋଇଥିବା ସ୍ଥାନକୁ ନ ଯିବା ପାଇଁ ବିଶେଷ କରି ଗର୍ଭବତୀ ଓ ମହିଳା ଗୋଷ୍ଠୀର ସଦସ୍ୟା ମାନଙ୍କୁ ସଚେତନ କରାଯାଇଥିଲା । ଏହି କାର୍ୟ୍ୟକ୍ରମରେ ଲିପ୍ସା ଏଜୁକେସନାଲ ଟ୍ରଷ୍ଟର ସମ୍ପାଦିକା ଶ୍ୟାମଳିମା ରାଉତ କାର୍ୟ୍ୟକ୍ରମ ପରିଚାଳନା କରିଥିଲେ । ମହିଳା ସ୍ୱାସ୍ଥ୍ୟ କର୍ମୀ ଉର୍ମିଳା ସେଠୀଙ୍କ ସହିତ ଗ୍ରାମର ସମସ୍ତ ମହିଳା ଗୋଷ୍ଠୀ ଉପସ୍ଥିତ ଥିଲେ ।

Related posts

ଟ୍ରକ-ଡମ୍ପର ମୁହାଁମୁହିଁ ଧକ୍କା, ଡ୍ରାଇଭର ମୃତ

mahabharatanews

ବହୁଜନ କ୍ରାନ୍ତି ମୋର୍ଚ୍ଚାର ଭାରତ ବନ୍ଦ ଡାକରା

mahabharatanews

ଧାରଣା ପରେ ଆରମ୍ଭ ହେଲା ଶବ ବ୍ୟବଚ୍ଛେଦ

mahabharatanews