ଓଡିଶା

ଜାମିନ ନାମଞ୍ଜୁର: ୭ ତାରିଖ ଯାଏ ବିଚାରବିଭାଗୀୟ ହେପାଜତ ରହିବେ ଦେବଗଡ ବିଧାୟକ

ଦେବଗଡ: ଦେବଗଡ ଜିଲ୍ଲା ଦୌରାଜଜ କୋର୍ଟରେ ହାଜର ହୋଇଥିଲେ ଦେବଗଡ ବିଧାୟକ ସୁବାସ ପାଣିଗ୍ରାହୀ । ତାଙ୍କର ଜାମିନ ନାମଞ୍ଜୁର ହେବା ପରେ ତାଙ୍କୁ ୭ ତାରିଖ ଯାଏ ବିଚାରବିଭାଗୀୟ ହେପାଜତକୁ ପଠାଇ ଦିଆଯାଇଛି । ବିଧାୟକଙ୍କ ସହିତ ତାଙ୍କର ଦୁଇ ସହଯୋଗୀ ମଧ୍ୟ ଗିରଫ ହୋଇଛନ୍ତି। ଉଲ୍ଲେଖଯୋଗ୍ୟ, ଗତକାଲି ଦେବଗଡ଼ ବିଧାୟକ ସୁବାସ ପାଣିଗ୍ରାହୀ ଓ ତାଙ୍କ ସମର୍ଥକ ତିଲେଇବଣି ବିଡିଓ କୃଷ୍ଣଚନ୍ଦ୍ର ଦଳପତିଙ୍କୁ ମାଡ ମାରିଥିବା ଅଭିଯୋଗ ହୋଇଥିଲା । ଏନେଇ ବିଡିଓ ଏବଂ ବିଧାୟକ ପରସ୍ପର ଆଗ ପଛ ହୋଇ ଥାନାରେ ଏତଲା ଦେଇଥିଲେ । ବିଧାୟକ ଓ ତାଙ୍କ ସମର୍ଥକ ଛେପଲିପାଲି ଗାଁକୁ ଯାଇ ବିଡିଓଙ୍କୁ ମାଡ଼ ମାରିବା ସହ ଗାଳିଗୁଳଜ କରିଥିବା ଅଭିଯୋଗ ହୋଇଥିଲା। ଏହି ଘଟଣା ପରେ ବିଧାୟକଙ୍କ ବିରୋଧରେ ମାମଲା ଦେବା ସହ ଜିଲ୍ଲାପାଳଙ୍କ ନିକଟରେ ଫେରାଦ ହୋଇଥିଲେ ବିଡିଓ ।ଏହାପରେ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ ଏବଂ ତାଙ୍କର ଦୁଇ ସହଯୋଗୀଙ୍କୁ ଭୁବନେଶ୍ୱର କ୍ୱାର୍ଟର୍ସରୁ ଗିରଫ କରିଥିଲା ଦେବଗଡ଼ ପୋଲିସ।

 

Related posts

ସର୍ଟ ସର୍କିଟରୁ ନିଆଁ ଲାଗି ଛାତ୍ରୀ ମୃତ

mahabharatanews

ଆସନ୍ତାକାଲି ପାଳନ ହେବ ଇଦ୍‌

mahabharatanews

ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଠକେଇ

mahabharatanews