ଓଡିଶା

କୋଭିଡ-୧୯ ଗାଇଡଲାଇନ: ୨୪ ଘଣ୍ଟାରେ ୨୧୩ ମାମଲା ରୁଜୁ

ଭୁବନେଶ୍ୱର: ଲକ ଡାଉନ ସମୟରେ ଜରୁରୀକାଳୀନ ସେବାକାରୀଙ୍କ ବ୍ୟତୀତ ସମସ୍ତଙ୍କୁ ଘରେ ସୁରକ୍ଷିତ ରହିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି । କିନ୍ତୁ କିଛି ନିୟମ ଉଲ୍ଲଙ୍ଘନକାରୀ ସବୁ ନିୟମକୁ ଫୁ ସେମାନଙ୍କ ଦୁନିଆରେ ମସଗୁଲ ହୋଇ ରହିବା ସହ ଲୋକଙ୍କୁ ତଥା ସରକାରକୁ ସମସ୍ୟାରେ ପକାଉଛନ୍ତି । ଏଥିନେଇ ପୁଲିସ ପକ୍ଷରୁ ଏପରି ବ୍ୟକ୍ତିବିଶେଷଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ଗତକାଲି ଠାରୁ ଆଜି ପୂର୍ବାହ୍ନ ମଧ୍ୟରେ ମୋଟ ୨୧୩ଟି କେଶ ରୁଜୁ ହୋଇଥିବା ଓଡିଶା ପୁଲିସ ପକ୍ଷରୁ ଟ୍ୱିଟ କରି ଜଣାଯାଇଛି । ସେଥିମଧ୍ୟରୁ ୨୦୫ଟି କୋଭିଡ-୧୯ ନିର୍ଦ୍ଦେଶାବଳୀ ଅବମାନନା, ୩ଟି କେଶ ଗୁଜବ ପ୍ରଚାର, ୫ଟି ଏଥି ସମ୍ବନ୍ଧୀୟ ଅନ୍ୟାନ୍ୟ ମାମଲା ରହିଛି । ଓଡିଶା ପୁଲିସ ପକ୍ଷରୁ ଏହି ସୂଚନା ମଧ୍ୟାହ୍ନ ୧୨.୪ରେ ଟ୍ୱିଟର ଯୋଗେ ଦିଆଯାଇଛି ।

Related posts

ଅବକାରୀ ବିଭାଗର ଚଢ଼ାଉ

mahabharatanews

ଦୁଷ୍ୟନ୍ତଙ୍କ ଏକ ମାସର ଦରମା କରୋନା ଫଣ୍ଡକୁ ଦାନ

mahabharatanews

ଅଚାନକ ବଦଳିଲା ପାଗ : ୨ ଜିଲ୍ଲାରେ  ପ୍ରବଳ ବର୍ଷା ସମ୍ଭାବନା  

mahabharatanews