ଅପରାଧ

ବଡ ଭାଇର ଟାଙ୍ଗିଆ ଚୋଟରେ ସାନ ଭାଇର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ଅଧୀନ ସାନକେରଜାଙ୍ଗ ଗାଁରେ ପାରିବାରିକ କଳହକୁ ନେଇ ଭାଇର ଟାଙ୍ଗିଆ ଚୋଟରେ ଭାଇର ମୃତ୍ୟୁ ଘଟିଛି । ମୃତକ ହେଲେ ଦିଲ୍ଲୀପ କୁମାର ନାୟକ। ଏହି ମାମଲାରେ ପୁଲିସ ଅଭିଯୁକ୍ତ ବଂଶୀ ନାୟକକୁ ଗିରଫ କରି ନେଇଛି ।

ସୂଚନା ଅନୁସାରେ, ଗତକାଲି ରାତିରେ କୌଣସି କଥାକୁ ନେଇ ଦୁଇ ଭାଇଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଏଥିରେ ବଂଶୀ ରାଗିଯାଇ ଘରୁ ଏକ ଟାଙ୍ଗିଆ ଆଣି ଦିଲ୍ଲୀପଙ୍କୁ ଚୋଟ ପକାଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ବଡ଼ ଭାଇକୁ ଗିରଫ କରି କୋର୍ଟ ଚାଲାଣ କରିଛି ।

Related posts

ବୃଦ୍ଧଙ୍କୁ ପଥରରେ ଛେଚି ହତ୍ୟା

mahabharatanews

୨୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଜଣେ ଗିରଫ

mahabharatanews

ପାଉଁଶ ଟ୍ରକ୍ ପରିବହନରେ ଚାନ୍ଦା ଆଦାୟକୁ ନେଇ ଗୋଷ୍ଠୀ ସଂଘର୍ଷ

mahabharatanews