ଓଡିଶା

କ୍ରାଇମବ୍ରାଞ୍ଚ ପ୍ରଦୀପଙ୍କୁ ୨ ଦିନିଆ ରିମାଣ୍ଡରେ ନେବ 

ଭୁବନେଶ୍ୱର: ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ କ୍ରାଇମବ୍ରାଞ୍ଚ ୨ ଦିନିଆ ରିମାଣ୍ଡରେ ନେବ । ଏଥିପାଇଁ ଭୁବନେଶ୍ୱର ଏସଡିଜେଏମ କୋର୍ଟରୁ ଅନୁମତି ମିଳିଛି । ଗତକାଲି କୋର୍ଟଙ୍କ ନିକଟରେ କ୍ରାଇମ ବ୍ରାଞ୍ଚ ରିମାଣ୍ଡରେ ନେବାକୁ ଆବେଦନ କରିଥିଲା ।ଯାହାକୁ ଆଜି କୋର୍ଟ ଅନୁମତି ଦେଇଛନ୍ତି । ପ୍ରଦୀପଙ୍କ ରିମାଣ୍ଡରେ ନେଇ ବିଭିନ୍ନ ଠକେଇର ତଦନ୍ତ କରିବ । ଏବେ ପ୍ରଦୀପ ଝାରପଡ଼ା ଜେଲ୍‌ରେ ଅଛନ୍ତି।
ଟାଟା କମ୍ପାନୀରେ ଚାକିରି କରାଇଦେବାକୁ କହି ଭାବୀ ଜ୍ୱାଇଁ ଆକାଶ ପାଠକଙ୍କ ପାଇଁ ପ୍ରଦୀପ ପାଣିଗ୍ରାହୀ ଟଙ୍କା ଆଦାୟ କରୁଥିବା ଅଭିଯୋଗରେ କ୍ରାଇମବ୍ରାଞ୍ଚ ତାଙ୍କୁ ଡିସେମ୍ବର ୪ ତାରିଖ ଦିନ ଗିରଫ କରିଥିଲା। ଠକେଇ, ଜାଲିଆତି, ଅପରାଧିକ ଷଡ଼ଯନ୍ତ୍ର, ସାଇବର ଅପରାଧରେ ପ୍ରଦୀପଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ। ପ୍ରାଥମିକ ତଦନ୍ତରୁ ପ୍ରଦୀପଙ୍କ ଆକାଉଣ୍ଟକୁ ଅଢେଇ କୋଟି ଟଙ୍କା ଆସିଥିବା ଜଣାପଡିଥିଲା । ଏବେ ଆଉ ଅଧିକ ଖୋଳତାଡ ପାଇଁ ତାଙ୍କୁ କ୍ରାଇମ ବ୍ରାଞ୍ଚ ରିମାଣ୍ଡରେ ନେବ ।

SR

 

Related posts

ଜାମଦା ଥାନା ପକ୍ଷରୁ ବିଭିନ୍ନ ପ୍ରକାରର ସରବତ ବଣ୍ଟନ

mahabharatanews

ଚାଲାଣ ବେଳେ ଧାରା ପଡିଲେ ପୁଳା ପୁଳା କଇଁଛ

mahabharatanews

ବିଜୟଚନ୍ଦ୍ରପୁର ଯୁବକ ସଂଘର ଶିଳାନ୍ୟାସ

mahabharatanews