ଓଡିଶା

ଲାଲ ବାହିନୀର ଧମକ, ପ୍ରତିଶୋଧ ନେବ ଦୁଇ ସଦସ୍ୟଙ୍କ ହତ୍ୟାର

ଚିତ୍ରକୁଣ୍ଡା: ସ୍ୱାଭିମାନ ଅଞ୍ଚଳରେ ସରକାର ବିକାଶ କାର୍ଯ୍ୟକୁ ତ୍ୱରାନିତ କରିଚାଲିଥିବା ବେଳେ ଏହାକୁ ସହଜରରେ ଗ୍ରହଣ କରି ପାରୁନି ଲାଲବାହିନୀ । ସ୍ୱାଭିମାନ ଅଞ୍ଚଳରେ ଶାନ୍ତି ପ୍ରତିଷ୍ଠା ପାଇଁ ସରକାର ମାଓ ଦମନ ପ୍ରକ୍ରିୟାକୁ ଜାରି ରଖିଛନ୍ତି । ଗତ କିଛି ଦିନ ମଧ୍ୟରେ ଏକାଧିକ ମାଓବାଦୀଙ୍କ ମୃତ୍ୟୁ ହୋଇଛି ପୁଲିସ ଗୁଳିରେ । ତେବେ ଏହି ଦମନର ପ୍ରତିଶୋଧ ନେବାକୁ ଲାଲ ବାହିନୀ ପକ୍ଷରୁ ଧମକ ଦିଆଯାଇଛି । ତେଲୁଗୁ ଭାଷାରେ ଏକ ଅଡିଓ ଟେପ ଜାରିକରି ଆମ ସାଥିଙ୍କୁ ପୁଲିସ ଷଡଯନ୍ତ୍ରକରି ହତ୍ୟାକରିଛି, ତାର ପ୍ରତିଶୋଧ ନିଆଯିବ ବୋଲି କହିଛି ଆଗକୁ ନେଉଛନ୍ତି ବୋଲି କହୁଥିବା ବେଳେ ନାଲି ଆଖି ଦେଖାଇଛି ଲାଲବାହିନୀ। ତେଲ୍‌ଗୁ ଭାଷାରେ ଅଡିଓ ଟେପ୍‌ ଜାରି କରିଛି ଆନ୍ଧ୍ର ଓଡ଼ିଶା ବୋର୍ଡ ଜୋନାଲ୍‌ କମିଟିର ସେକ୍ରେଟାରୀ (ଏଓବିଜେଡସି)ର ସମ୍ପାଦକ କୈଳାଶ । ପୁଲିସର ମିଥ୍ୟା ଏନକାଉଣ୍ଟରର ପ୍ରତିଶୋଧ ନେବା ନେଇ କୈଳାଶ କହିଛି ।
ଗତ ୧୩ ତାରିଖରେ ସିଂଘରାମ ଜଙ୍ଗଲରେ ହୋଇଥିଲା ଏନ୍‌କାଉଣ୍ଟରରେ କମ୍ରେଡ୍‌ ମାଲେସ ଓ ମହିଳା କାନ୍ତାମା ବିଶ୍ରାମ ନେଉଥିବା ବେଳେ ପୁଲିସ ସେମାନଙ୍କୁ ହତ୍ୟା କରିଥିଲା। ଆଉ ଦୁଇ ଜଣଙ୍କୁ ପୁଲିସ ଲୁଚାଇ ରଖିଛି। ଏହି ଦୁଇ ଜଣକୁ କୋର୍ଟରେ ହାଜର କରିବାକୁ ସଙ୍ଗଠନ ଦାବି କରିଥିବା ଅଡିଓ ଟେପରେ ଶୁଣିବାକୁ ମିଳୁଛି । ଆହୁରି କୁହାଯାଇଛି କି, ବିଚ୍ଛିନ୍ନାଞ୍ଚଳର ଲୋକଙ୍କ ମୌଳିକ ସମସ୍ୟା ସମାଧାନ ପାଇଁ ଲଢ଼େଇ ଜାରି ରଖିଛି। ଲଢ଼େଇକୁ ଜୋରଦାର କରିବା ପାଇଁ ବିଚ୍ଛିନ୍ନାଞ୍ଚଳରେ ୧୦ଟି କ୍ୟାମ୍ପ ପ୍ରତିଷ୍ଠା ହୋଇଛି। ଆହୁରି ୪ଟି କ୍ୟାମ୍ପ ପ୍ରତିଷ୍ଠା କରିବାକୁ ଯୋଜନା କରୁଛୁ। ମୃତ ନକ୍ସଲ କମ୍ରେଡ୍‌ ମାଲେସ ଓ କାନ୍ତାମା ଦଣ୍ଡକାଅରଣ୍ୟ ଦଳର ୧୮ ବର୍ଷ ଧରି ସକ୍ରିୟ ସଦସ୍ୟ ଥିଲେ। ଏହି ଦୁହିଁଙ୍କ ବିୟୋଗ ଦଳ ପାଇଁ ଅ-ପୂରଣୀୟ କ୍ଷତି। ଏହି ଦୁହିଁଙ୍କ କ୍ଷତିର ପ୍ରତିଶୋଧ ନେବୁ ବୋଲି ସରକାରକୁ ଧମକ ଦିଆଯାଇଛି ।

SR

Related posts

ବିଶ୍ୱପ୍ରସିଦ୍ଧ ରଥଯାତ୍ରା: ଚୁଡାନ୍ତ ହେଲା ନୀତି ନିର୍ଘଣ୍ଟ 

mahabharatanews

ବୃଦ୍ଧି ପାଇଲା ଯୁକ୍ତ ଦୁଇ ଆଡମିଶନ୍ ଅବଧି 

mahabharatanews

ପଟିଆଲା କୋର୍ଟ ବର୍ଷାଙ୍କୁ କଲେ ନୋଟିସ

mahabharatanews