ସ୍ୱାସ୍ଥ୍ୟ

ସୋସିଆଲ ମିଡିଆରେ ଦନ୍ତ ଚିକିତ୍ସକଙ୍କ ଅନୈତିକ ବିଜ୍ଞାପନ ଉପରେ ଲଗାମ

ସୋସିଆଲ ମିଡିଆରେ ଅନୈତିକ ପ୍ରଚାର ଓ ବିଜ୍ଞାପନ କରୁଥିବା ଦନ୍ତ ଚିକିତ୍ସକଙ୍କ ବିରୋଧରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି ଜାତୀୟ ଦନ୍ତ ଚିକିତ୍ସା ଆୟୋଗ. ଏନେଇ ଦେଶର ସମସ୍ତ ପଞ୍ଜୀକୃତ ଦନ୍ତ ଚିକିତ୍ସକଙ୍କ ଉଦ୍ଦେଶ୍ୟରେ ଆୟୋଗ ପକ୍ଷରୁ ଏକ ପରାମର୍ଶପତ୍ର ଜାରି କରାଯାଇଛି। ଏଥିରେ ରୋଗୀଙ୍କ ଗୋପନୀୟତା ରକ୍ଷା କରିବା ସହ ବୃତ୍ତିଗତ ନୈତିକତା ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। କେତେକ ଦନ୍ତ ଚିକିତ୍ସକ ଓ ଦନ୍ତ ଚିକିତ୍ସା ପ୍ରତିଷ୍ଠାନ ସୋସିଆଲ ମିଡିଆରେ ଅନୈତିକ ପ୍ରଚାର କରୁଥିବା ଅଭିଯୋଗ ଆୟୋଗର ଦୃଷ୍ଟିକୁ ଆସିଛି। ଏଥିରେ ରୋଗୀଙ୍କ ପରାମର୍ଶ ଓ ଚିକିତ୍ସା ପ୍ରକ୍ରିୟାର ଭିଡିଓ ରେକର୍ଡିଂ ପ୍ରସାରଣ, ଚିକିତ୍ସା ପୂର୍ବ ଓ ପରବର୍ତ୍ତୀ ଫଟୋ ପ୍ରକାଶ, ରୋଗୀଙ୍କ ପ୍ରଶଂସାପତ୍ର ବ୍ୟବହାର, ଚିକିତ୍ସାର ଫଳାଫଳକୁ ନେଇ ଭ୍ରମାତ୍ମକ ଦାବି ଏବଂ ଭୁଲ୍‌ ସ୍ୱାସ୍ଥ୍ୟ ସୂଚନା ପ୍ରଚାର ଭଳି କାର୍ଯ୍ୟ ସାମିଲ ରହିଛି। ଏଥିସହ ଆତ୍ମପ୍ରଚାର ପାଇଁ ବଡ଼ ବଡ଼ ସାଇନ୍‌ବୋର୍ଡ ପ୍ରଦର୍ଶନକୁ ନେଇ ମଧ୍ୟ ଆପତ୍ତି ଉଠାଯାଇଛି।

Dental Anxiety Management Tamworth | Gentle Dentists

ଦନ୍ତ ଚିକିତ୍ସକଙ୍କ ପାଇଁ ଲାଗୁ ହୋଇଥିବା ଡେଣ୍ଟିଷ୍ଟସ୍‌ (କୋଡ୍‌ ଅଫ୍‌ ଏଥିକ୍ସ) ରେଗୁଲେସନ୍ସ, ୨୦୧୪ର ଅଧ୍ୟାୟ-୬ ଏବଂ ଧାରା ୮.୧, ୮.୨ ଓ ୮.୩ ଅନୁଯାୟୀ, ସମସ୍ତ ପଞ୍ଜୀକୃତ ଦନ୍ତ ଚିକିତ୍ସକଙ୍କୁ ବିଜ୍ଞାପନ, ରୋଗୀ ସଂଗ୍ରହ, ଗୋପନୀୟତା ଓ ସାଇନ୍‌ବୋର୍ଡ ସମ୍ପର୍କିତ ନିୟମ କଡ଼ାକଡ଼ି ଭାବେ ପାଳନ କରିବାକୁ କୁହାଯାଇଛି। ନିୟମ ଉଲ୍ଲଂଘନ କଲେ ସମ୍ପୃକ୍ତ ଚିକିତ୍ସକଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯିବା ସହ ନିଲମ୍ବନ କିମ୍ବା ରାଜ୍ୟ ଓ ଜାତୀୟ ଦନ୍ତ ଚିକିତ୍ସକ ପଞ୍ଜୀକରଣ ତାଲିକାରୁ ନାମ ବାଦ୍‌ ଦେବା ଭଳି ଶୃଙ୍ଖଳାଗତ ପଦକ୍ଷେପ ନିଆଯାଇପାରେ ବୋଲି ଆୟୋଗ ସ୍ପଷ୍ଟ କରିଛି।

Related posts

ଆୟୁଷ୍ମାନ କାର୍ଡରେ ବଡ ପରିବର୍ତ୍ତନ କରୁଛନ୍ତି ସରକାର ଏପରି ନକଲେ କଟିଯିବ ଆୟୁଷ୍ମାନ କାର୍ଡ ।

mahabharatanews

ରୋଗ ଦୂର କରେ ଶୁଣ୍ଠି, ଜଣାନ୍ତୁ କଣ ରହିଛି ଉପକାରିତା….

mahabharatanews

ସ୍ୱାସ୍ଥ୍ୟଜନିତ ସମସ୍ୟା ନେଇ ମେଡିକାଲରେ ଭର୍ତ୍ତି ହେଲେ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ

mahabharatanews